ମୁମ୍ବାଇ ବିମାନ ବନ୍ଦରରେ କ୍ରୁନାଲ ଅଟକ

ମୁମ୍ବାଇ ବିମାନ ବନ୍ଦରରେ କ୍ରୁନାଲ ଅଟକ

ମୁମ୍ବାଇ: ଧାର୍ଯ୍ୟ ଓ ସ୍ବୀକୃତିପ୍ରାପ୍ତ ଓଜନଠାରୁ ଅଧିକ ଓଜନର ସୁନା ତଥା ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ୟୁଏଇରୁ ଭାରତ ଆଣିବା ସନ୍ଦେହରେ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଛି। କ୍ରୁନାଲ ଆଇପିଏଲ-୧୩ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିନିଧିତ୍ବ କରିବା ସହ ବିଜେତା ଦଳର ସଦସ୍ୟ ଥିଲେ।

ତେବେ ଗୁରୁବାର ସେ ସ୍ବଦେଶ ଫେରିଲା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଅଧିକାରୀମାନେ ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖିଥିଲେ। ତାଙ୍କ ପାଖରେ ଅଧିକ ଓଜନର ସୁନା ଥିବା ସେମାନେ ସନ୍ଦେହ କରିଥିଲେ। କ୍ରୁନାଲଙ୍କୁ ଅଟକ ରଖା ଯାଇଥିବା ଡିଆରଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ତେବେ ତାଙ୍କ ପାଖରେ କେତେ ଓଜନର ସୁନା କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରଖିଥି‌ଲେ, ତାହା ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଲେଖା ବେଳକୁ ଡିଆରଆଇ ଅଧିକାରୀମାନେ କ୍ରୁନାଲଙ୍କୁ ଏହି ବିଷୟରେ ପଚରା ଉଚରା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe