ପଡ଼ିଆ ମଝିରେ ଭାବବିହ୍ବଳ ଦୃଶ୍ୟ, ଟେଷ୍ଟରେ ଡେବ୍ୟୁ କରିବା ପରେ ମା’ଙ୍କୁ ଆଲିଙ୍ଗନ କଲେ କ୍ରିକେଟର ଭରତ

Advertisment
ପଡ଼ିଆ ମଝିରେ ଭାବବିହ୍ବଳ ଦୃଶ୍ୟ, ଟେଷ୍ଟରେ ଡେବ୍ୟୁ କରିବା ପରେ ମା’ଙ୍କୁ ଆଲିଙ୍ଗନ କଲେ କ୍ରିକେଟର ଭରତ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ଦୁଇଟି ଦଳ ୪ଟି ଟେଷ୍ଟ ମ୍ୟାଚ ଖେଳି‌ବେ। ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଓ ଉଇକେଟ କିପର କେ.ଏସ ଭରତଙ୍କୁ  ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଟେଷ୍ଟରେ ଡେବ୍ୟୁ କରିବା ପରେ ସୂର୍ଯ୍ୟକୁମାର ଯାଦବ ୩୦୪ତମ ଓ କେ.ଏସ ଭରତ ୩୦୫ତମ ଭାରତୀୟ କ୍ରିକେଟର ହୋଇଛନ୍ତି।

ଏହି କ୍ରମରେ ପଡ଼ିଆରୁ ଏକ ଭାବବିହ୍ବଳ ଘଟଣାର ଦୃଶ୍ୟ ସ‌ାମ୍ନାକୁ ଆସିଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ କେ.ଏସ ଭରତଙ୍କୁ ଦେଖିବାକୁ ମିଳୁଛି। କେ.ଏସ ଭରତ ଟେଷ୍ଟ ଡେବ୍ୟୁ ପରେ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଆ ମଝିରେ ତାଙ୍କ ମା’ଙ୍କୁ ଆଲିଙ୍ଗନ କରିଥିଲେ। ଭରତଙ୍କ ପାଇଁ ଏହି ମୁହୂର୍ତ୍ତ ବହୁତ ଗୁରୁତ୍ବପୂର୍ଣ୍ଣ। କାରଣ ଏହା ତାଙ୍କର ଖେଳରେ ଅନ୍ତର୍ଜାତୀୟ ଡେବ୍ୟୁ ମଧ୍ୟ ।

ଏହାପୂର୍ବରୁ କେ.ଏସ ଭରତ ଘରୋଇ ମ୍ୟାଚ ବ୍ୟତୀତ ଆଇପିଏଲରେ ଖେଳିଥିଲେ। କ୍ରିକେଟର ଋଷଭ ପନ୍ତଙ୍କ ସ୍ଥାନରେ ତାଙ୍କୁ ସ୍ଥାନାନ୍ତର କରାଯାଇଛି।  ଏକ ଭୟାବହ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ଋଷଭ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

ଭରତ ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ହାରାହାରି ୪୭୦୭ ରନ ସଂଗ୍ରହ କରିଛନ୍ତି। ଏହା ଘରୋଇ ଟି-୨୦ ମ୍ୟାଚରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେହିପରି ଉଇକେଟ କିପର ବ୍ୟାଟ୍ସମ୍ୟାନ ଭରତ ୬୪ ତାଲିକା ଏ ମ୍ୟାଚରେ ହାରାହାରି ୩୩.୬ରେ ୧୯୫୦ ରନ ସଂଗ୍ରହ କରିଛନ୍ତି। ୬୭ ଟି-୨୦ ମ୍ୟାଚରେ ୧୧୧୬ ରନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe