କୁଚ୍ ‌ବେହାର ଟ୍ରଫି: ମଣିପୁର ବିପକ୍ଷରେ ଓଡ଼ିଶାର ପାଳି ବିଜୟ

Advertisment
କୁଚ୍ ‌ବେହାର ଟ୍ରଫି: ମଣିପୁର ବିପକ୍ଷରେ ଓଡ଼ିଶାର ପାଳି ବିଜୟ

କଟକ: ଗୁଜରାଟର ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା କୁଚ୍ ବେହାର ଟ୍ରଫି‌ରେ ଓଡ଼ିଶା ୩୦୩ ରନ୍‌ରେ ମଣିପୁରକୁ ହରାଇ ବୃହତ୍‌ ପାଳି ବିଜୟ ହାସଲ କରିଛି। ଫଳରେ ଏହି ମ୍ୟାଚ୍‌ରୁ ଓଡ଼ିଶାକୁ ବୋନସ୍‌ ପଏଣ୍ଟ ସହ ମୋଟ୍‌ ୭ ପଏଣ୍ଟ ମିଳିଛି। ତୃତୀୟ ଦିନରେ ଓଡ଼ିଶା ୫୨୭/୭ ରେ ପାଳି ଘୋଷଣା କରିଥିଲା। ହେଲେ ମଣିପୁର ଦ୍ବିତୀୟ ପାଳିରେ ଓଡ଼ିଶା ବୋଲର୍‌ଙ୍କୁ ସାମ୍ନା କରିପାରିନଥିଲା। ୪୧ ଓଭରରେ ସମସ୍ତ ୱିକେଟ ହରାଇ ମଣିପୁର ୧୧୪ ରନ୍ କରିବାକୁ ସମର୍ଥ ହୋଇଥିଲା।

ଏହି ମ୍ୟାଚ୍‌ରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ବେଳେ ମଣିପୁର ୩୮.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୦ ରନ୍ କରିବାକୁ ସମର୍ଥ ହୋଇଥିଲା। ଏହା ଜବାବରେ ଓଡ଼ିଶା ପାଇଁ ପ୍ରଥମ ପାଳିରେ ଦିବ୍ୟଜ୍ୟୋତି ପଟ୍ଟନାୟକ ୧୧୩, ଆଶୀର୍ବାଦ ସ୍ବାଇଁ ୮୯, ସାଇଦୀପ ମହାପାତ୍ର ୮୭, ଶ୍ରେୟାଂଶ ଭରଦ୍ବାଜ ୫୨, ମହମ୍ମଦ ସୋହେଲ୍‌ ଖାନ୍‌ ୮୮ ଓ ଶ୍ରେଷ୍ଠ ସିଂହ ୫୫ ରନ୍‌ର ପାଳି ଖେଳି ଦଳକୁ ୫୦୦ ପାର୍‌ କରାଇଥିଲେ। ଦ୍ବିତୀୟ ପାଳିରେ ମଣିପୁର ଅଧିନାୟକ ଉଲେନ୍ୟାଇ ଖ୍ବାଇରାକପାମ (୩୪)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ବିଫଳ ହୋଇଥିଲେ। ରିତେଶ ପ୍ରିୟରଂଜନ ୪, ସାଇଦୀପ ଓ ଆଦିତ୍ୟ ଜୟସିଂହ ପ୍ରତ୍ୟେକ ୨ ୱିକେଟ୍‌ ଲେଖାଏଁ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe