କୁଚ୍ ବେହାର ଟ୍ରଫି: ଆଶୀର୍ବାଦ ଓ ଦିବ୍ୟଙ୍କ ଅର୍ଦ୍ଧଶତକ: ଓଡ଼ିଶା ୧୬୭/୦

Advertisment
କୁଚ୍ ବେହାର ଟ୍ରଫି: ଆଶୀର୍ବାଦ ଓ ଦିବ୍ୟଙ୍କ ଅର୍ଦ୍ଧଶତକ: ଓଡ଼ିଶା ୧୬୭/୦

କଟକ: ଗୁଜରାଟର ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ‌ରେ ଶନିବାରଠୁ ଆରମ୍ଭ ‌ହୋଇଥିବା ୧୯ ବର୍ଷରୁ କମ୍‌ କୁଚ୍‌ ବେହାର ଟ୍ରଫିର ପ୍ରଥମ ଦିନ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ପାଇଯାଇଛି। ମଣିପୁର ପ୍ରଥମ ପା‌ଳିକୁ ୧୧୦ ରନ୍‌ରେ ଶେଷ କରିଦେଇଥିବା ଓଡ଼ିଶା ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ କୌଣସି ୱିକେଟ୍‌ ନହରାଇ ପ୍ରଥମ ପାଳିରେ ୧୬୭ ରନ୍‌ କରିନେଇଛି। ଫଳରେ ହାତରେ ୧୦ଟିଯାକ ୱିକେଟ୍‌ ଥାଇ ଓଡ଼ିଶା ୫୭ ରନ୍‌ରେ ଆଗୁଆ ରହିଛି। ଟସ୍ ଜିତି ଓଡ଼ିଶା ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ବୋଲରମାନେ ମଧ୍ୟ ଏହି ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ।

ବିଶେଷକରି ରିତେଶ ପ୍ରିୟରଂଜନ (୬-୩-୯-୪) ଏବଂ ଶ୍ରେଷ୍ଠ ସିଂହ (୬.୧-୧-୨୮-୪) ନିଜ ନିଜ ମଧ୍ୟରେ ୮ ୱିକେଟ ବାଣ୍ଟିନେଇ ମଣିପୁର ପାଳିକୁ ରୋକି ଦେଇଥିଲେ। ୩୮.୧ ଓଭରରେ ସମସ୍ତ ୱିକେଟ୍‌ ହରାଇଥିବା ମଣିପୁର ପକ୍ଷରୁ ଅଫଜଲ ସର୍ବାଧିକ ୨୯ ରନ୍ କରିଥି‌ଲେ। ଜବାବରେ ଓଡ଼ିଶା ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୪୯ ଓଭର ଖେଳି ବିନା କୌଣସି ୱିକେଟ ହରାଇ ୧୬୭ ରନ୍‌ କରିନେଇଛି। ଆଶୀର୍ବାଦ ସ୍ବାଇଁ (୮୨* ରନ୍‌, ୧୨୮ ବଲ୍‌, ୧୧ ଚୌକା) ଏବଂ ଦିବ୍ୟଜ୍ୟୋତି ପଟ୍ଟନାୟକ (୭୫* ରନ୍‌, ୧୬୬ ବଲ୍‌, ୧୧ ଚୌକା) ଅପରାଜିତ ‌ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe