କୁଚ୍‌ ବେହାର ଟ୍ରଫି : ଦିଲ୍ଲୀକୁ ୨୪୪ରେ ସୀମିତ କଲେ କୃଷ୍ଣ-ଅୟସକାନ୍ତ

Advertisment

ଶେଷ ୭ ଓ୍ଵିକେଟ୍‌ ଝଡ଼ିଲା ୧୧ ରନ୍‌ରେ

ଶେଷ ୭ ଓ୍ଵିକେଟ୍‌ ଝଡ଼ିଲା ୧୧ ରନ୍‌ରେ

କୁଚ୍‌ ବେହାର ଟ୍ରଫି : ଦିଲ୍ଲୀକୁ ୨୪୪ରେ ସୀମିତ କଲେ କୃଷ୍ଣ-ଅୟସକାନ୍ତ

ଭୁବନେଶ୍ୱର,: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା କୁଚ୍‌ ବେହାର ଟ୍ରଫିର ଶେଷ ଲିଗ୍‌ ମ୍ୟାଚ୍‌ରେ ଭ୍ରମଣକାରୀ ଦିଲ୍ଲୀ ଦଳକୁ ଓଡ଼ିଶା ବୋଲରମାନେ ୨୪୪ ରନରେ ସମୀତ ରଖିଛନ୍ତି। ଓଡ଼ିଶା ପକ୍ଷରୁ ଦ୍ରୁତ ବୋଲର ଅୟସକାନ୍ତ ସାହୁ (୪/୬୪) ଏବଂ ବାମହାତୀ ସ୍ପିନର୍‌ କୃଷ୍ଣ ପଲ୍ଲାଇ (୫/୩୩) ମିଳିତ ଭାବେ ୯ ଓ୍ଵିକେଟ୍‌ ନେଇ ଦିଲ୍ଲୀକୁ ଆଗକୁ ବଢ଼ିବାକୁ ଦେଇନାହାନ୍ତି। ଶେଖର ମାଝୀ ଅନ୍ୟ ଏକମାତ୍ର ଓ୍ଵିକେଟ୍‌ ନେଇଥିଲେ। ଟସ୍‌ ଜିତି ଦିଲ୍ଲୀ ଅଧିନାୟକ ମୟଙ୍କ ରାଓ୍ଵତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ସନତ ସାଙ୍ଗଓ୍ଵାନ (୧୨୧, ୨୦୭ ବଲ୍‌, ୧୭ ଚୌକା) ଶତକ ଜମାଇବାରୁ ହିଁ ଦିଲ୍ଲୀ ସମ୍ମାନ ରହିଥିଲା।

ମଧ୍ୟକ୍ରମରେ ବୈଭବ ଖଣ୍ଡପାଲ୍‌ (୫୦, ୧୦୦ ବଲ୍‌, ୬ ଚୌକା) ମଧ୍ୟ ଭଲ ପାଳି ଖେଳିଥିଲେ। ଏହି ଯୋଡ଼ି ପଞ୍ଚମ ଓ୍ଵିକେଟ୍‌ ପାଇଁ ୧୨୪ ରନ୍‌ ଯୋଡ଼ିଥିଲେ। ଚା’ପାନ ବିରତି ପୂର୍ବରୁ କିନ୍ତୁ ଓଡ଼ିଶା ବୋଲରଙ୍କ ଚମତ୍କାରିତା ଦେଖିବାକୁ ମିଳିଥିଲା। ଉଭୟଙ୍କୁ କୃଷ୍ଣ ପଲ୍ଲାଇ ନିଜ ସ୍ପିନ୍‌ ଜାଲରେ ଛନ୍ଦିଦେବାରୁ ଦିଲ୍ଲୀ ଅପ୍ରତ୍ୟାଶିତ ଭାବେ ମାତ୍ର ୧୧ ରନ୍‌ ଭିତରେ ଶେଷ ୭ ଓ୍ଵିକେଟ୍‌ ହରାଇ ଦେଇଥିଲା। ଅତିଥି ଦଳ ଏକତା ୨୩୩/୪ରେ ଥିଲେ ମଧ୍ୟ ୨୪୪ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। କିନ୍ତୁ ସାଙ୍ଗଓ୍ଵାନ୍‌ଙ୍କ ଓ୍ଵିକେଟ୍‌ ସହିତ ଶେଷ ୬ରୁ ୫ ଓ୍ଵିକେଟ୍‌ ନେଇ କୃଷ୍ଣ ନିଜ କୃତିତ୍ୱ ଅର୍ଜନ କରିଥିଲେ। ଶେଷ ୫ ଓ୍ଵିକେଟ୍‌ ଦିଲ୍ଲୀ ୬ ରନ୍‌ରେ ହରାଇ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜବାବରେ ପ୍ରଥମ ଦିନ ଖେଳ ଶେଷ ବେଳକୁ ଓଡ଼ିଶା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୮ ରନ୍‌ରେ ୨ ଓ୍ଵିକେଟ୍‌ ହରାଇ ବସିଛି। ସ୍ୱସ୍ତିକ ସାମଲ (୩୫) ଏବଂ ବିନିତ ମହାନ୍ତି (୨) ପ୍ୟାଭିଲିଅନ୍‌ ଫେରି ଆସିଥିବାବେଳେ କୁନାଲ ମଲ୍ଲିକ (୦*) ଅପରାଜିତ ଅଛନ୍ତି। ଦିନର ଶେଷ ୫ ବଲ୍‌ରେ ଓଡ଼ିଶା ଏହି ୨ ଓ୍ଵିକେଟ୍‌ ହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe