କୁଚ୍‌ବେହାର ଟ୍ରଫିରୁ ଓଡ଼ିଶାର ଅଭିଯାନ ଶେଷ

Advertisment
କୁଚ୍‌ବେହାର ଟ୍ରଫିରୁ ଓଡ଼ିଶାର ଅଭିଯାନ ଶେଷ

Cricket bat and ball on green grass of cricket pitch

କଟକ: ଚତୁର୍ଥ ପରାଜୟ ସହ ଓଡ଼ିଶା ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫିରୁ ବିଦାୟ ନେଇଛି। ବାରବାଟୀ ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ଓଡ଼ିଶା ୨୫୩ ରନ୍‌ରେ ହାରି ଯାଇଛି। ୩୮୪ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ମାତ୍ର ୧୩୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଫଳରେ ଗ୍ରୁପ୍‌ ଏ’ରେ ଓଡ଼ିଶା ମାତ୍ର ୨ ପଏଣ୍ଟ ସହ ସବୁଠୁ ତଳେ ରହିଛି। ୩୧୬/୮ରୁ ଶୁକ୍ରବାର ଖେଳ ଆରମ୍ଭ କରିଥିବା ଦିଲ୍ଲୀ ୩୬୪ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ହେଲେ ବିଜୟ ଲକ୍ଷ୍ୟର ପିଛା କରିଥିବା ଓଡ଼ିଶା ଦଳ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ୮୪ ରନ୍‌ରେ ୯ ଓ୍ଵିକେଟ ହରାଇସାରିଥିଲା। ତେବେ ଶେଷ ଓ୍ଵିକେଟ୍‌ରେ କ୍ରିଷ୍ଣା ପଲେଇ (୧୦) ଓ ଶିବାଶିଷ ସାହୁ (୩୦) ୧୭ ଓଭର ବ୍ୟାଟିଂ କରି ୪୬ ରନ୍‌ ଯୋଡ଼ିବାରୁ ଓଡ଼ିଶା ୧୩୦ ରନ୍‌ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା। ମଧ୍ୟକ୍ରମରେ ସ୍ୱସ୍ତିକ ସାମଲ ୨୪, ଅଧିନାୟକ ରଘୁନାଥ ମଲ୍ଲ ୨୨, ଜ୍ୟୋତି ରଂଜନ ବେହେରା ୩୦ ରନ୍‌ କରିଥିଲେ। ପୂର୍ବରୁ ଦିଲ୍ଲୀ ପ୍ରଥମ ପାଳିରେ ୨୪୪ ରନ୍‌ କରିଥିଲା ବେଳେ ଓଡ଼ିଶା ୨୨୫ ରନ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe