କୁଚବେହାର ଟ୍ରଫି: ସନ୍ଦୀପ-ସୁବ୍ରମଣ୍ୟମଙ୍କ ଶତକ: ଆନ୍ଧ୍ର ୩୬୩/୩

Advertisment
କୁଚବେହାର ଟ୍ରଫି: ସନ୍ଦୀପ-ସୁବ୍ରମଣ୍ୟମଙ୍କ ଶତକ: ଆନ୍ଧ୍ର ୩୬୩/୩

କଟକ: ବିଜୟନଗରଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫିରେ ଓଡ଼ିଶା ବିପକ୍ଷରେ ଆନ୍ଧ୍ରପ୍ରଦେଶ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଦ୍ବିତୀୟ ଦିନର ଖେଳ ଶେଷ ହେବା ବେଳକୁ ଆନ୍ଧ୍ର ପ୍ରଥମ ପାଳିରେ ୭ ଵିକେଟ୍‌ ବିନିମୟରେ ୩୬୩ ରନ୍‌ କରିଛି। ୟାରା ସନ୍ଦୀପ ଓ ସୁବ୍ରମଣ୍ୟମ୍‌ଙ୍କ ଦ୍ବିଶତକୀୟ (୨୭୨) ଭାଗୀଦାରି ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲା। ତେବେ ସନ୍ଦୀପଙ୍କୁ ୧୪୮ ରନ୍‌ରେ ଉମେଶ ଯାଦବ ବୋଲ୍‌ଡ କରିଥିଲେ। ସେହି ଓଭରର ଶେଷ ବଲ୍‌ରେ ପୃଧ୍‌ବୀଙ୍କ ଵିକେଟକୁ ମଧ୍ୟ ଦଖଲ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ଧୀରଜ କୁମାର (୯)ଙ୍କୁ ବିଶ୍ବଜିତ ମଲ୍ଲିକ ଆଉଟ କରିଥିଲେ। ଦିନର ଶେଷ ଵିକେଟ ଭାବେ ସୁବ୍ରମଣ୍ୟମ୍‌ (୧୬୪)ଙ୍କୁ ଉମେଶ ଚତୁର୍ଥ ଶିକାର କରିଥିଲେ। ଏହି ମ୍ୟାଚରେ ଓଡ଼ିଶା ପ୍ରଥମ ପାଳିରେ ୧୨୪ରନ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe