ପାଣ୍ଡ୍ୟା ବୋଲିଂ ନକରିବା ପର୍ଯ୍ୟନ୍ତ କୁଲଦୀପ ଓ ମୁଁ ଏକାଠି ଖେଳିପାରିବୁ: ଚହଲ

ପାଣ୍ଡ୍ୟା ବୋଲିଂ ନକରିବା ପର୍ଯ୍ୟନ୍ତ କୁଲଦୀପ ଓ ମୁଁ ଏକାଠି ଖେଳିପାରିବୁ: ଚହଲ

ନୂଆଦିଲ୍ଲୀ : ଦୁଇ ବର୍ଷ ହେବ ଭାରତର ଦୁଇ ସ୍ପିନର ୟୁଝବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କୁ ଏକାଠି ଖେଳିବାର ଦେଖିବାକୁ ମିଳୁନି। ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବୋଲିଂ କରୁନଥିବାରୁ ଆମ ଦୁହିଁଙ୍କୁ ଏକାଠି ଖେଳିବାର ସୁଯୋଗ ମିଳୁନି ବୋଲି ଶୁକ୍ରବାର ଚହଲ କହିଛନ୍ତି। ‘‘ଦଳୀୟ ସନ୍ତୁଳନ ପାଇଁ କୁଲଦୀପ ଏବଂ ମୁଁ ଏକାଠି ଖେଳିଲେ ହାର୍ଦିକଙ୍କୁ ବୋଲିଂ କରିବାକୁ ପଡ଼ିବ। ୨୦୧୮ରେ ହାର୍ଦିକ ଆହତ ହେବାରୁ ରବୀନ୍ଦ୍ର ଜାଦେଜା ଅଲ୍‌ରାଉଣ୍ଡର ଭାବେ ଧଳା ବଲ୍‌ ଦଳକୁ ଫେରିଲେ। ସେ ଜଣେ ସ୍ପିନର ଏବଂ ନମ୍ବର ୭ରେ ବ୍ୟାଟିଂ କରୁଛନ୍ତି। ତେଣୁ ଆମ ଦୁହିଁଙ୍କୁ ଏକାଠି ସୁଯୋଗ ମିଳୁନି। ହାର୍ଦିକ ମଧ୍ୟମ ଗତି ବୋଲର ହେଉଥିବାରୁ ଆମେ ଏକାଠି ଖେଳୁଥିଲୁ।’’ ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ହର୍ଦିକ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳେ ଆହତ ହୋଇ ଦଳରୁ ବାଦ୍‌ ପଡ଼ିଥିଲେ। ୨୦୨୦ ଆଇପିଏଲ୍‌ ପରେ ସେ ପୁଣି ବୋଲିଂ କରିଥିଲେ। ହେଲେ ୨୦୧୮ ପରଠୁ ଟେଷ୍ଟ୍‌ ମ୍ୟାଚ୍‌ ଖେଳିନାହାନ୍ତି। ୨୦୧୯ ବିଶ୍ବକପ୍‌ ପୂର୍ବରୁ କୁଲଦୀପ ଓ ଚହଲ ମାରାତ୍ମକ ସ୍ପିନ୍‌ ଯୋଡ଼ି ଭାବେ ପରିଚିତ ‌ଥିଲେ। ଏକାଠି ବହୁ ପ୍ରତିଯୋଗିତାରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ‘‘କୁଲଦୀପ ଏବଂ ମୁଁ ଯେକୌଣସି ଶୃଙ୍ଖଳାରେ ୫୦-୫୦ ମ୍ୟାଚ୍‌ ଖେଳୁ। ବେ‌ଳେବେଳେ ‌୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ତାଙ୍କୁ ନହେଲେ ମତେ ୩ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳେ। ଦଳ ୧୧ ଜଣଙ୍କୁ ନେଇ ହୋଇଥାଏ ଏବଂ କେବଳ ‘‘କୁଲ୍‌-ଚ’’ଙ୍କୁ ନେଇ ନୁହେଁ। ଯେ ପର୍ଯ୍ୟନ୍ତ ହାର୍ଦିକ ଥିବେ ଆମ ଦୁହିଁଙ୍କୁ ଏକାଠି ଖେଳିବାର ସୁଯୋଗ ମିଳିପାରେ। ଦଳକୁ ନମ୍ବର ୭ରେ ଜଣେ ଅଲ୍‌ରାଉଣ୍ଡର ଆବଶ୍ୟକ। ମୁଁ ଖେଳିଲେ ନୁହେଁ ଦଳ ଜିତିଲେ ଖୁସି'' ବୋଲି ଚହଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe