କୁଲଦୀପ-ସିରାଜଙ୍କ ବିବାଦୀୟ ଭିଡିଓ

Advertisment
କୁଲଦୀପ-ସିରାଜଙ୍କ ବିବାଦୀୟ ଭିଡିଓ

ଚେନ୍ନାଇ ଟେଷ୍ଟ୍‌ର ତୃତୀୟ ଦିବସରେ ଭାରତୀୟ ଡ୍ରେସିଂ ରୁମ୍‌ରୁ ଆସିଥିବା ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଦେଇଛି। ଭିଡିଓଟି କିନ୍ତୁ ମ୍ୟାଚ୍‌ର ପ୍ରଥମ ଦିବସରେ ଉତ୍ତୋଳନ ହୋଇଛି। ଏଥିରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କ ବେକକୁ ଅସ୍ବାଭାବିକ ଭାବେ ଜାବୁଡ଼ି ଧରିଥିବା ଦେଖିବାକୁ ମିଳୁଛି। ଭିଡିଓରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଅଛନ୍ତି। ତେବେ କୁଲଦୀପଙ୍କ ବେକକୁ ସିରାଜ ଧରିବା ପୂର୍ବରୁ ସେ ସେଠାରୁ ଚାଲି ଯାଉଛନ୍ତି।

ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କ୍ଷଣକ ଭିତରେ ଭାଇରାଲ ହୋଇଯାଇଛି। କ୍ରିକେଟ୍‌ପ୍ରେମୀ ଏହାକୁ ଦେଖି ଭାରତୀୟ ଡ୍ରେସିଂ ରୁମ୍‌ରେ ସବୁକିଛି ଠିକ୍ ଅଛି ତ? ‌ବୋଲି ପ୍ରଶ୍ନ କରିଛନ୍ତି। ତେବେ କୁଲଦୀପ ଏବଂ ସିରାଜ ନିକଟତମ ବନ୍ଧୁ ହୋଇଥିବାରୁ ଭିଡିଓକୁ ଦେଖି କିଛି ଅନ୍ୟଥା ନଭାବିବାକୁ ଆଉ ଜଣେ ଟ୍ବିଟର ବ୍ୟବହାରକାରୀ ପରାମର୍ଶ ଦେଇଛନ୍ତି। ଉଭୟ ସିରାଜ ଏବଂ କୁଲଦୀପ ଚେନ୍ନାଇ ଟେଷ୍ଟ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି। ଯାହାକୁ ନେଇ ତର୍କ ବିତର୍କ ମଧ୍ୟ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe