ଆହତ ଭୁବନେଶ୍ୱର ବାଦ୍‌, କୁଲ୍‌ଦୀପଙ୍କୁ ସୁଯୋଗ

Advertisment

କୋହଲିଙ୍କୁ ଜୀବନର ଶ୍ରେଷ୍ଠ ପଏଣ୍ଟ୍‌, ଶୀର୍ଷ-୧୦ରେ କୁଲଦୀପ୍‌

କୋହଲିଙ୍କୁ ଜୀବନର ଶ୍ରେଷ୍ଠ ପଏଣ୍ଟ୍‌, ଶୀର୍ଷ-୧୦ରେ କୁଲଦୀପ୍‌

ଗୌହାଟୀ ଦିନିକିଆ: ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେନି କୁଲଦୀପ ଯାଦବ, ପ୍ରଶଂସକ କହିଲେ ଟିମ୍‌ ରାଜନୀତି

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାରେ ନିଜ ଶୀର୍ଷ ସ୍ଥାନକୁ ଆହୁରି ମଜବୁତ୍‌ କରିଛନ୍ତି। ବୁଧବାର ପ୍ରକାଶିତ ବ୍ୟାଟ୍‌ସମ୍ୟାନ୍‌ଙ୍କ ସାନି ମାନ୍ୟତା ତାଲିକାରେ କୋହଲି ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ ନିଜ ଖେଳ ଜୀବନର ସର୍ବଶ୍ରେଷ୍ଠ ପଏଣ୍ଟ୍‌ ୯୧୧ ଛୁଇଁଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ହାରିବା ସତ୍ତ୍ୱେ କୋହଲିଙ୍କ ଉତ୍‌ଥାନରେ ଅଂକୁଶ ଲାଗିପାରିନି। ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ କୋହଲି ଯଥାକ୍ରମେ ୭୫, ୪୫ ଓ ୭୧ ରନ୍‌ର ପାଳି ଖେଳିଥିଲେ। ସେ ୨ ପଏଣ୍ଟ୍‌ ଆୟ କରିଥିଲେ ମଧ୍ୟ ତାହା ମୋଟ ୯୧୧ ଛୁଇଁବାରେ ଯଥେଷ୍ଟ ଥିଲା। ଫଳରେ ୧୯୯୧ (ଅଷ୍ଟ୍ରେଲିଆର ଡିନ୍‌ ଜୋନ୍‌ସ ୯୧୮)ଙ୍କ ପରେ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ କୋହଲି ୯୧୧ ପଏଣ୍ଟ୍‌ ଛୁଇଁଲେ। ଅନ୍ୟପକ୍ଷରେ ଲଗାତାର ଦ୍ୱିତୀୟ ଶତକ ଯୋଗୁଁ ଇଂଲଣ୍ଡର ଜୋ ରୁଟ୍‌ ମାନ୍ୟତା ତାଲିକାରେ କୋହଲିଙ୍କ ପଛକୁ ଦ୍ୱିତୀୟରେ ରହିଛନ୍ତି। ପାକିସ୍ତାନର ବାବର ଆଜମ୍‌, ଭାରତର ରୋହିତ ଶର୍ମା, ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ଵର୍ନର ଓ ନ୍ୟୁଜିଲାଣ୍ଡ୍‌ର ରସ୍‌ ଟେଲର ଗୋଟିଏ ଲେଖାଏଁ ସ୍ଥାନ ଖସି ଯଥାକ୍ରମେ ତୃତୀୟରୁ ଷଷ୍ଠ ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ଦୁଇଟି ଶତକ ବଳରେ ୪ ପଏଣ୍ଟ୍‌ ଆୟ କରିଥିବା ରୁଟ୍‌ ୩ ମଧ୍ୟ ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ପୂର୍ବରୁ ରୁଟ୍‌ଙ୍କ ଶ୍ରେଷ୍ଠ ମାନ୍ୟତା ଚତୁର୍ଥ ସ୍ଥାନ (୨୦୧୬ ଅଗଷ୍ଟ) ଥିଲା। ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍‌ ଓ ଫାଫ୍‌ ଡୁ ପ୍ଲେସିସ୍‌, ନ୍ୟୁଜିଲାଣ୍ଡ୍‌ର କେନ୍‌ ଓ୍ଵିଲିୟମ୍‌ସନ୍‌ ଏବଂ ଭାରତର ଶିଖର ଧାଓ୍ଵନ୍‌ ଯଥାକ୍ରମେ ସପ୍ତମରୁ ଦଶମ ସ୍ଥାନରେ ରହିଛନ୍ତି। ଭାରତୀୟ କଚଟି ସ୍ପିନର କୁଲ୍‌ଦୀପ୍‌ ଯାଦବ ପ୍ରଥମ ଥର ଲାଗି ନିଜ ଜୀବନର ଶ୍ରେଷ୍ଠ ମାନ୍ୟତା (ଶୀର୍ଷ-୧୦ ମଧ୍ୟରେ) ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ମୋଟ ୯ ଓ୍ଵିକେଟ୍‌ ଦଖଲ କରିଥିବା କୁଲ୍‌ଦୀପ୍‌ ବୋଲରଙ୍କ ମାନ୍ୟତାରେ ଏକାବେଳକେ ୯ ସ୍ଥାନ ଲମ୍ଫ ଦେଇ ଷଷ୍ଠରେ ପହଞ୍ଚି ଯାଇଛନ୍ତି। ଏଥି ସହିତ ଶୀର୍ଷ ସ୍ଥାନରେ ଅପରିବର୍ତିତ ରହିଥିବା ଦ୍ରୁତ ବୋଲର ଜସ୍‌ପ୍ରୀତ୍‌ ବୁମ୍‌ରାଙ୍କ ପରେ କୁଲ୍‌ଦୀପ୍‌ ଦ୍ୱିତୀୟ ଭାରତୀୟ ତଥା ପଞ୍ଚମ ସ୍ପିନର ଭାବେ ଶୀର୍ଷ-୧୦ ମଧ୍ୟରେ ସ୍ଥାନ ଅକ୍ତିଆର କଲେ। ଶୀର୍ଷ-୧୦ରେ ଥିବା ଅନ୍ୟ ୪ ସ୍ପିନର ହେଲେ ରସିଦ୍‌ ଖାନ୍‌ (ଦ୍ୱିତୀୟ), ଇମ୍ରାନ୍‌ ତାହିର (ସପ୍ତମ), ଆଦିଲ୍‌ ରସିଦ୍‌ (ଅଷ୍ଟମ) ଓ ୟୁଜ୍‌ବେନ୍ଦର ଚହଲ୍‌ (ଦଶମ)। ଦଳଗତ ମାନ୍ୟତାରେ ଶୀର୍ଷ ସ୍ଥାନରେ ଥିବା ଇଂଲଣ୍ଡ ତା’ର ପଏଣ୍ଟ୍‌ ସଂଖ୍ୟା ୧୨୭କୁ ବୃଦ୍ଧି କରିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଭାରତ ଗୋଟିଏ ପଏଣ୍ଟ୍‌ ହରାଇ ୧୨୧ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe