ବାଗେଶ୍ବର ଧାମରେ କୁଲଦୀପ

Advertisment
ବାଗେଶ୍ବର ଧାମରେ କୁଲଦୀପ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ‌କଲମ୍ବୋ ଗସ୍ତ ପୂର୍ବରୁ ଭାରତୀୟ ଚାଇନାମ୍ୟାନ୍‌ ସ୍ପିନର୍‌ କୁଲଦୀପ ୟାଦବ ମନ୍ଦିର ଯାଇ ଈଶ୍ବରଙ୍କ ଆଶୀର୍ବାଦ ନେଇଛନ୍ତି। ସେ ମଧ୍ୟପ୍ରଦେଶର ଛତର୍‌ପୁରସ୍ଥିତ ବାଗେଶ୍ବର ଧାମ ମନ୍ଦିରରେ ପହଞ୍ଚି ପୂଜା ଅର୍ଚ୍ଚନା କରିଛନ୍ତି। କୁଲଦୀପ ମନ୍ଦିରକୁ ଆସିଥିବାର ଭିଡିଓ ବାଗେଶ୍ବର ଧାମ ସରକାର ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି। ଏହାକୁ କୁଲଦୀପଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଗୁରୁ ପୂର୍ଣ୍ଣିମାରେ ସେ ମଧ୍ୟ ଧର୍ମଗୁରୁ ଧୀରେନ୍ଦ୍ର କୁମାର ଶାସ୍ତ୍ରୀଙ୍କଠୁ ଆଶୀର୍ବାଦ ନେଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଚମତ୍କାର ପ୍ରଦର୍ଶନ କରିଥିବା କୁଲଦୀପ ବହୁଦିନ ପରେ ଦିନିକିଆ ଦଳକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe