କୁଲଦୀପଙ୍କ କ୍ୟାରିୟର୍ ମୋଡ଼ରେ କୋଚ୍‌ଙ୍କ ହାତ

କୁଲଦୀପଙ୍କ କ୍ୟାରିୟର୍ ମୋଡ଼ରେ କୋଚ୍‌ଙ୍କ ହାତ

ନୂଆଦିଲ୍ଲୀ: ଖେଳାଳିଙ୍କ ସଫଳତା ପଛରେ ଥିବା ପ୍ରଶିକ୍ଷକଙ୍କ ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ। କିନ୍ତୁ ଖରାପ ସମୟ ଦେଇ ଗତି କରୁଥିବା ଖେଳାଳିଙ୍କୁ ପୁଣି ଠିକଣା ପଥକୁ ଆଣିବାରେ ବି ଏମାନଙ୍କ ଭୂମିକା ଥାଏ ଏହା ପ୍ରମାଣିତ ହୋଇଛି। ଆଇପିଏଲ୍ ବିଫଳତା ପରେ କୁଲଦୀପ ପାକିସ୍ତାନ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ‌ ଯେଭଳି ବୋଲିଂ କଲେ ତାହା ତାଙ୍କୁ ନୂଆ ସ୍ତରକୁ ନେଇଯାଇଛି। କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏଥର ୯ ଆଇପିଏଲ୍ ମ୍ୟାଚ୍‌ରୁ ମାତ୍ର ୪ ୱିକେଟ୍‌ ପାଇଥିବା କୁଲଦୀପ ଚାପରେ ଥିଲେ। କିନ୍ତୁ ପାକିସ୍ତାନର ବାବର ଆଜମ ଏବଂ ଫକର ଜମାନଙ୍କ ୱିକେଟ୍ ନେବା ତାଙ୍କ ଭାଗ୍ୟକୁ ବଦଳାଇ ଦେବା ଭଳି ସାବ୍ୟସ୍ତ ହେବାକୁ ଯାଉଛି। ଏଥି ପାଇଁ ୪୫ ଦିନ ତଳେ କାନପୁରର ରୋଭର୍ସ କ୍ଲବ୍‌ର ଛୋଟିଆ ପଡ଼ିଆରେ ସେ କରିଥିବା ଅଭ୍ୟାସ ଫଳପ୍ରଦ ହୋଇଛି। କୁଲଦୀପ ସାଧାରଣତଃ ରାଉଣ୍ଡ ଦି ୱିକେଟ୍ ବୋଲିଂ କରିନ୍ତି ନାହିଁ, ଏହାକୁ ପସନ୍ଦ ବି କରନ୍ତିନି। କୁଣ୍ଠିତ କୁଲଦୀପ କିନ୍ତୁ ଏଥିପାଇଁ ନିୟମିତ ଅଭ୍ୟାସ କରିଥିଲେ, ତାଙ୍କ ପିଲାଦିନର ପ୍ରଶିକ୍ଷକ କପିଳ ପାଣ୍ଡେଙ୍କ ପରାମର୍ଶରେ। ଏବେ କୁଲଦୀପଙ୍କୁ ମିଳୁଥିବା ଫ୍ଲାଇଟ, ଡ୍ରିଫ୍ଟ ଏବଂ ଟର୍ନକୁ ନେଇ ମଧ୍ୟ କପିଳ ବହୁତ ଖୁସୀ। ହଜାର ହଜାର ମାଇଲ୍ ଦୂରରେ ଥିବା କପିଳ ଆଶା ରଖିଛନ୍ତି କୁଲଦୀପ ନିଜ ବୋଲିଂରେ ମୌଳିକତାକୁ ବଜାୟ ରଖି ବିଶ୍ବବିଜେତା ସହିତ ଇଂଲଣ୍ଡରୁ ଫେରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe