ନୂଆଦିଲ୍ଲୀ: ଆଇପିଏଲର ୪୮ତମ ମ୍ୟାଚରେ, କେକେଆର ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ରନରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ସୁନୀଲ ନାରିନ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟାଇଟଲ୍ରେ ସମ୍ମାନିତ କରାଯାଇଥିଲା। ନାରିନ ୨୭ ରନର ଇନିଂସ ଖେଳିଥିଲେ ଏବଂ ବୋଲିଂ କରିବା ସମୟରେ ସେ ତିନୋଟି ୱିକେଟ ନେବାରେ ସଫଳ ହୋଇଥିଲେ। ଗୋଟିଏ ପଟେ ନାରିନ ତାଙ୍କ ବୋଲିଂ ପାଇଁ ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ କୁଲଦୀପ ଯାଦବଙ୍କ କାମ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ମ୍ୟାଚ୍ ପରେ କୁଲଦୀପ ଯାଦବ କେକେଆର​​ର ଅଭିଜ୍ଞ ଖେଳାଳି ରିଙ୍କୁ ସିଂହଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଇଥିଲା, ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଚାପୁଡ଼ା ଖାଇବା ପରେ ରିଙ୍କୁ ଆଶ୍ଚର୍ଯ୍ୟ ହୋଇଯାଉଥିବା ଦେଖାଯାଉଛି।
ତାଙ୍କର ଏଭଳି ବ୍ୟବହାର ରିଙ୍କୁଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିନଥିବା ଦେଖାଯାଇଛି। କିଛି ଲୋକ କହିଛନ୍ତି ଯେ, କୁଲଦୀପ୍ ମଜାରେ ଏଭଳି କରିଛନ୍ତି। ଆଉ କିଛି ଲୋକ କୁଲଦୀପ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିସିସିଆଇକୁ କହିଛନ୍ତି।
ଏପର୍ଯ୍ୟନ୍ତ ଏହି ବିବାଦକୁ ନେଇ ରିଙ୍କୁ ବା କୁଲଦୀପ୍ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
  
 Follow Us