ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଭାରତୀୟ କ୍ରୀଡ଼ା ଜଗତର ଦୁଇ ମହାନ ତାରକା କ୍ରିକେଟର ଅନୀଲ କୁମ୍ବଲେ ଏବଂ ଲମ୍ବଡିଆଁ ତାରକା ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ଅଞ୍ଜୁ ବବି ଜର୍ଜଙ୍କ ଉପସ୍ଥିତି ହକି ପ୍ରେମୀଙ୍କୁ ଉଲ୍ଲସିତ କରିଥିଲା। କୁମ୍ବଲେ ଆର୍ଜେଣ୍ଟିନା-ଫ୍ରାନ୍ସ ଏବଂ ଅଞ୍ଜୁ ସ୍ପେନ୍-ନ୍ୟୁଜିଲାଣ୍ଡ ମ୍ୟାଚ୍ର ଅତିଥି ଥିଲେ। ଉଭୟ ମ୍ୟାଚ୍ ବେଳେ ପଡ଼ିଆ ଭିତରକୁ ଯାଇ ଖେଳାଳିଙ୍କ ସହ ପରିଚୟ ହୋଇଥିଲେ। ଅଞ୍ଜୁ ମଧ୍ୟ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରଥିଲେ। ସେପଟେ କୁମ୍ବଲେ ଖେଳାଳିଙ୍କ ସହ ପରିଚୟ ହେବା ସହ କଳିଙ୍ଗ ହକି କଂପ୍ଲେକ୍ସ ଗ୍ୟାଲେରିରେ ପତ୍ନୀଙ୍କ ସହ ଉଠାଇଥିବା ଫଟୋ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲେ। କୁମ୍ବଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବସି ମ୍ୟାଚ୍ ଉପଭୋଗ କରିଥିଲେ। ବୁଧବାର ଭାରତୀୟ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର୍ ପେସ୍ ମଧ୍ୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।
କଳିଙ୍ଗରେ କୁମ୍ବଲେ, ଅଞ୍ଜୁ
Advertisment
Follow Us