Image Courtesy of Zee News
ନୂଆଦିଲ୍ଲୀ : ପ୍ରସିଦ୍ଧ ଗାୟକ କେକେଙ୍କ ଆକଳ ବିୟୋଗରେ ସଂଗୀତ ଜଗତ ଶୋକରେ ବୁଡ଼ି ଯାଇଥିଲା ବେଳେ କ୍ରିକେଟର୍ମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଅସଂଖ୍ୟ ଲୋକପ୍ରିୟ ଗୀତ ଗାଇ ପ୍ରଶଂସକଙ୍କ ହୃଦୟରେ ନିଜ ଲାଗି ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା କେକେଙ୍କୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କିବଂଦନ୍ତି ସ୍ପିନର ଅନିଲ କୁମ୍ବଲେ, ବ୍ୟାଡମିଣ୍ଟନ୍ ତାରକା ପି କାଶ୍ୟପ, ପୂର୍ବତନ କ୍ରିକେଟର୍ ୱାସିମ ଜାଫର, ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହବାଗ, ବିଶ୍ବକପ୍ ବିଜୟୀ ଅଲରାଉଣ୍ଡର୍ ଯୁବରାଜ ସିଂହ ପ୍ରମୁଖ କୋହଭରା ଟ୍ବିଟ୍ରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାଫର କେକେ ଗାଇଥିବା ଶେଷ ଗୀତ ‘ହମ୍ କାଲ ରହେ ନା ରହେ’ ଗୀତକୁ ଟ୍ବିଟ୍ କରି କେକେଙ୍କୁ ମନେ ପକାଇଛନ୍ତି।
Follow Us