ସଚିନଙ୍କ ପାଦ ଛୁଇଁଲେ କାମ୍ବଲି

ସଚିନଙ୍କ ପାଦ ଛୁଇଁଲେ କାମ୍ବଲି

ମୁମ୍ବାଇ: ମୁମ୍ବାଇ ଟେ୍ଵଣ୍ଟି-୨୦ ଲିଗ୍‌ର ଗୁୁରୁବାର ମ୍ୟାଚ୍‌ ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ହଠାତ୍‌ ନିଜ ପିଲାଦିନର ସାଥୀ ତଥା ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଦ ଚୁଇଁବାକୁ ନଇଁ ଯାଇଥିଲେ। ସଚିନ କିନ୍ତୁ ଏହା କରାଇ ଦେଇ ନଥିଲେ। କାମ୍ବଲିଙ୍କ ହାତକୁ ଭିଡ଼ି ତାଙ୍କୁ ସଚିବ ତୁରନ୍ତ କୁଣ୍ଢାଇ ପକାଇଥିଲେ। ଦୁଇ ପୁରୁଣା ବନ୍ଧୁଙ୍କ ଏହି ମିଳନକୁ କିନ୍ତୁ ସେଠାରେ ଉପସ୍ଥିତ ଥିବା କ୍ରିକେଟ୍‌ ପ୍ରେମୀ ମନଭରି ଉପଭୋଗ କରିଥିଲେ।

ମୁମ୍ବାଇ କ୍ରିକେଟ୍‌ ଲିଗ୍‌ରେ କାମ୍ବଲି ଶିବାଜୀ ପାର୍କ ଲାୟନ୍ସ ଦଳର ମାର୍ଗଦର୍ଶକ ଅଛନ୍ତି। ଗୁରୁବାର ତାଙ୍କ ଦଳ ଟ୍ରମ୍ପ ନାଇଟ୍ସ ମୁମ୍ବାଇ ନର୍ଥ ଇଷ୍ଟ ନାମକ ଏକ ଦଳଠାରୁ ୩ ରନ୍‌ରେ ହାରି ଯାଇଥିଲା। ମ୍ୟାଚ୍‌ ପରେ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ସଚିନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଉତ୍ସବରେ କାମ୍ବଲିଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। କାମ୍ବଲି ମଞ୍ଚ ଉପରକୁ ଯିବା ପରେ ସଚିନଙ୍କୁ ଆଡ଼ୁଆରେ ପକାଇ ଦେଇଥିଲେ। ହଠାତ୍‌ ତାଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ। ସଚିନ କିନ୍ତୁ ଏଥିରୁ ତାଙ୍କୁ ଅଟକାଇ ଥିଲେ। ଏହା ପରେ ଦୁଇ ବନ୍ଧୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୁସି ଗପ କରିଥିଲେ। ସଚିନ ଏବଂ କାମ୍ବଲି ପିଲାଦିନେ ଗୋଟିଏ ବିଦ୍ୟାଳୟରେ ପଢ଼ୁଥିଲେ। ୧୯୮୮ରେ ଉଭୟ ୬୬୪ ରନ୍‌ର ଭାଗୀଦାରି କରି ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଉଭୟ ଭାରତୀୟ ଦଳ ପାଇଁ ମନୋନୀତ ହୋଇଥିଲେ। କାମ୍ବଲି କିନ୍ତୁ କିଛି ଦିନ ପରେ ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ସଙ୍କଟ ସମୟରେ ସଚିନ ତାଙ୍କୁ ଆଦୌ ସାହାଯ୍ୟ କରି ନଥିଲେ ବୋଲି କାମ୍ବଲି ଅଭିଯୋଗ କରିବା ପରେ ଉଭୟଙ୍କ ସଂପର୍କରେ ତିକ୍ତତା ଆସି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe