Advertisment

All England Badminton: ଲକ୍ଷ୍ୟ ପୁଣି ଲକ୍ଷ୍ୟହୀନ, ରନର୍‌ ଅପ୍‌ ରହିଲେ:ଅଲ୍‌ ଇଂଲଣ୍ଡ୍‌ ବ୍ୟାଡ୍‌ମିଣ୍ଟନ୍ ଫାଇନାଲ୍‌ରେ ହାରିଲେ

Advertisment

ସମ୍ମାନଜନକ ଅଲ୍‌ ଇଂଲଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ହାରିଯାଇଛନ୍ତି ଭାରତୀୟ ତାରକା ଲକ୍ଷ୍ୟ ସେନ୍‌। ଫଳରେ ୨୦୨୨ ମସିହା ଭଳି ପୁଣି ରନର୍‌ ଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ଏଥି ସହିତ ଲକ୍ଷ୍ୟଙ୍କ ଅଲ୍‌ ଇଂଲଣ୍ଡ୍‌ ଟାଇଟଲ୍‌ ସ୍ବପ୍ନ ଅଧୁରା ରହିଯାଇଛି।

ସମ୍ମାନଜନକ ଅଲ୍‌ ଇଂଲଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ହାରିଯାଇଛନ୍ତି ଭାରତୀୟ ତାରକା ଲକ୍ଷ୍ୟ ସେନ୍‌। ଫଳରେ ୨୦୨୨ ମସିହା ଭଳି ପୁଣି ରନର୍‌ ଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ଏଥି ସହିତ ଲକ୍ଷ୍ୟଙ୍କ ଅଲ୍‌ ଇଂଲଣ୍ଡ୍‌ ଟାଇଟଲ୍‌ ସ୍ବପ୍ନ ଅଧୁରା ରହିଯାଇଛି।

08bbs_77_08032026_112

ବର୍ମିଂହାମ୍‌: ସମ୍ମାନଜନକ ଅଲ୍‌ ଇଂଲଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ହାରିଯାଇଛନ୍ତି ଭାରତୀୟ ତାରକା ଲକ୍ଷ୍ୟ ସେନ୍‌। ଫଳରେ ୨୦୨୨ ମସିହା ଭଳି ପୁଣି ରନର୍‌ ଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ଏଥି ସହିତ ଲକ୍ଷ୍ୟଙ୍କ ଅଲ୍‌ ଇଂଲଣ୍ଡ୍‌ ଟାଇଟଲ୍‌ ସ୍ବପ୍ନ ଅଧୁରା ରହିଯାଇଛି। ରବିବାରର ଫାଇନାଲ୍‌ରେ ୨୪ ବର୍ଷୀୟ ଲକ୍ଷ୍ୟଙ୍କୁ ଚାଇନିଜ୍‌ ତାଇପେଇର ବାମହାତୀ ସଟ୍‌ଲର୍‌ ଲିନ୍‌ ଚୁନ୍‌-ୟି ୨୧-୧୫, ୨୨-୨୦ରେ ହରାଇ ଦେଇଥିଲେ। ପୂର୍ବ ରାତିରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ଲକ୍ଷ୍ୟ ୧ ଘଣ୍ଟା ୩୭ ମିନିଟ୍‌ ଲଢ଼େଇ କରିଥିବାରୁ କ୍ଲାନ୍ତ ହୋଇପଡ଼ିଥିବା ପ୍ରଥମ ଗେମ୍‌ରୁ ହିଁ ପ୍ରତିଫଳିତ ହୋଇଥିଲା। ତଥାପି ଦ୍ବିତୀୟ ଗେମ୍‌ରେ ଲକ୍ଷ୍ୟ ଚମତ୍କାର ପ୍ରତ୍ୟାବର୍ତନ କରିବା ସହ ଲଢ଼ିଥିଲେ ମଧ୍ୟ ଲିନ୍‌ ବାଟ ଛାଡ଼ିନଥିଲେ।

ପୂର୍ବରୁ ଲକ୍ଷ୍ୟ ୨୦୨୨ ମସିହାରେ ପ୍ରଥମ ଥର ଫାଇନାଲ୍‌ ଖେଳିଥିଲେ ମଧ୍ୟ ଡେନ୍‌ମାର୍କର ଭିକ୍ଟର ଏକ୍ସେଲସେନ୍‌ଙ୍କଠାରୁ ହାରି ଉପବିଜେତା ହୋଇଥିଲେ। ଆଉ ଏକ ଫାଇନାଲ୍‌ ପରାଜୟ ସତ୍ତ୍ବେ ଲକ୍ଷ୍ୟଙ୍କୁ କିନ୍ତୁ ସମର୍ଥନ କରିଛନ୍ତି ଡବଲ୍‌ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ। ‘୨୪ ଘଣ୍ଟା ଭିତରେ ଦୁଇଟି ମ୍ୟାଚ୍‌ ଖେଳିବା କେବେ ସହଜ ହୁଏ ନାହିଁ’ ବୋଲି ସିନ୍ଧୁ ନିଜ ‘ଏକ୍ସ’ ହ୍ୟାଣ୍ଡଲ୍‌ରେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe