ୱାସିମ ଓ ୱା‌କର କହିଲେ: ସଚିନଙ୍କଠୁ ଲାରା ଶ୍ରେଷ୍ଠ

Advertisment
ୱାସିମ ଓ ୱା‌କର କହିଲେ: ସଚିନଙ୍କଠୁ ଲାରା ଶ୍ରେଷ୍ଠ

cricket addictor

ନୂଆଦିଲ୍ଲୀ: ପାକିସ୍ତାନ କିଂବଦନ୍ତି ୱାସିମ ଆକ୍ରମ ଓ ୱାକର ୟୁନିସ ଏବେ ବି ସର୍ବକାଳୀନ ଶ୍ରେଷ୍ଠ ଦ୍ରୁତ ବୋଲର ଯୋଡ଼ି ଭାବେ ପରିଗଣିତ ହେଉଛନ୍ତି। ଏକଦା ଏହି ଦୁହେଁ ୱେଷ୍ଟଇଣ୍ଡିଜ୍‌ର କର୍ଟନି ୱାଲ୍ସ ଓ କର୍ଟଲି ଆମ୍ବ୍ରୋସ, ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍‌ଗ୍ରା ଓ ଡାମିଏନ ଫ୍ଲେମିଂ, ଦକ୍ଷିଣ ଆଫ୍ରିକାର ସନ୍‌ ପୋଲକ ଓ ଆଲାନ ଡୋନାଲ୍ଡ ଏବଂ ଶ୍ରୀଲଙ୍କାର ଚାମିନ୍ଦା ଭାସ ଓ ନୁଆନ୍‌ ଜୋୟସାଙ୍କ ସହ କିଙ୍ଗ ଅଫ୍‌ ସ୍ବିଙ୍ଗ୍‌ ଭାବେ ପରିଚିତ ଥିଲେ।

ତାଙ୍କ କ୍ରିକେଟ୍‌ ଜୀବନ ମଧ୍ୟରେ ଉଭୟ ବ୍ରାଏନ ଲାରା, ସଚିନ ତେନ୍ଦୁଲକର, ଅରବିନ୍ଦ ଡି’ସିଲ୍‌ଭା, ଷ୍ଟିଭ୍‌ ୱ’ଙ୍କ ଭଳି କିଂବଦନ୍ତି ବ୍ୟାଟର୍‌ଙ୍କ ବିପକ୍ଷରେ ଖେଳିଛନ୍ତି। ହେଲେ ୧୯୯୦ ଦଶକରେ ଦୁଇ ବ୍ୟାଟର୍‌ ସଚିନ ଓ ଲାରାଙ୍କ ରାଜୁତି ଚାଲୁଥିଲା। ଉଭୟ କେହି କ‌‌ାହାଠାରୁ କମ୍‌ରେ ନଥିଲେ। ଲାରାଙ୍କ ପରି ସଚିନ ୩୦୦ ରନ୍‌ କରୁପାରୁନଥିଲେ। ହେଲେ ଦିନିକିଆରେ ଭାରତୀୟ କିଂବଦନ୍ତି ଲାରାଙ୍କଠୁ ସଫଳ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ପ୍ରଶ୍ନର ଉତ୍ତର ଦେଲା ବେଳେ ଅନେକ ଶ୍ରେଷ୍ଠ ବୋଲର ଥଙ୍ଗଥଙ୍ଗ ହେଉଯା’ନ୍ତି। ‌ୱାସିମ ଓ ୱାକରଙ୍କୁ ଏକ ଟିଭି ସୋ’ରେ ସଚିନ ଓ ଲାରାଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ପ୍ରଶ୍ନ ପଚାରାଯାଇଥିଲେ।

ଏହାର ଉତ୍ତରରେ ୱାକର କହିଥିଲେ ଲାରା। ତଥାପି ତାଙ୍କ ଉତ୍ତର ସିଧାସଳଖ ନଥିଲା। ‘‘‌ଜଣଙ୍କୁ ଶ୍ରେଷ୍ଠ ବାଛିବା କଷ୍ଟକର। ଆମେ ଅନେକ କିଂବଦନ୍ତିଙ୍କ ସହ ଖେଳିଛୁ। ମୋ ସାଥୀ (ୱାସିମ) ମ୍ୟାଚ୍‌ ବେଳେ ମଧ୍ୟ ଜଣେ କିଂବଦନ୍ତି। ଯେତେବେଳେ ସେ ବୋଲିଂ କରନ୍ତି ତାଙ୍କୁ ପସନ୍ଦ କରିଥାଏ’’ ବୋଲି ୱାକର କହିଛନ୍ତି। ସେହିପରି ଦିନିକିଆରେ ଦ୍ବିତୀୟ ସର୍ବାଧିକ ୱିକେଟ୍‌ ହାସଲକାରୀ ଆକ୍ରମଙ୍କ ଉତ୍ତର କିନ୍ତୁ ବଙ୍କା ଥିଲା। ‘‘କାହାକୁ ଶ୍ରେଷ୍ଠ କହିହେବନି। କିନ୍ତୁ ମୁଁ ସର୍ବଦା ଭାବେ ଲାରାଙ୍କୁ କିପରି ଆଉଟ୍‌ କରିବି। ମୋର ପସନ୍ଦ ହେଉଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ମାର୍ଟିନ କ୍ରୋ’’ ବୋଲି ୱାସିମ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe