ପେରୁକୁ ଶେଷ ଟିକେଟ୍‌: ୩୨ ଦଳ ଚୂଡାନ୍ତ

Advertisment

ପାନାମା ଓ ଆଇସ୍‌ଲାଣ୍ଡ୍‌ର ଇତିହାସ

ପାନାମା ଓ ଆଇସ୍‌ଲାଣ୍ଡ୍‌ର ଇତିହାସ

ପେରୁକୁ ଶେଷ ଟିକେଟ୍‌: ୩୨ ଦଳ ଚୂଡାନ୍ତ

ଲିମା: ଆସନ୍ତାବର୍ଷ ରୁଷିଆରେ ଆୟୋଜିତ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ପାଇଁ ବୁଧବାର ଯୋଗ୍ୟତା ପର୍ଯ୍ୟାୟ ଶେଷ ହୋଇଯାଇଛି। ଏହି ପର୍ଯ୍ୟାୟ ଶେଷରେ ସମସ୍ତ ୩୨ ଦଳର ତାଲିକା ମଧ୍ୟ ଚୂଡାନ୍ତ ହୋଇଯାଇଛି। ଏହି ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିବାରେ ବ୍ରାଜିଲ୍‌ ପ୍ରଥମ ଦଳ ଥିଲା ବେଳେ ୩୨ତମ ତଥା ଶେଷ ଦଳ ଭାବେ ପେରୁକୁ ରୁଷିଆ ଟିକେଟ ମିଳିଛି। ବୁଧବାର ଦ୍ୱିତୀୟ ଚରଣ ମୁକାବିଲାରେ ନ୍ୟୁଜିଲାଣ୍ଡ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରି ପେରୁ ଏହି ଯୋଗ୍ୟତା ହାତେଇ ନେଇଛି। ଜେଫରସନ୍‌ ଫର୍‌ଫାନ୍‌ ଓ କ୍ରିଷ୍ଟିଆନ୍‌ ରାମୋସ୍‌ ଗୋଟିଏ ଲେଖାଏଁ ଗୋଲ୍‌ କରି ପେରୁକୁ ବିଶ୍ୱକପ୍‌ ଟିକେଟ ଭେଟି ଦେଇଥିଲେ। ପ୍ରଥମ ଚରଣରେ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା।

ବୁଧବାର ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବା ପରେପରେ ଫିଫା ଅଧିକାରୀମାନେ ଆଗାମୀ ବର୍ଷ ବିଶ୍ୱକପ୍‌ ପାଇଁ ଦଳଗୁଡ଼ିକର ଚୂଡାନ୍ତ ତାଲିକା ଏବଂ କେଉଁ ପଟ୍‌ରେ କିଏ ସ୍ଥାନ ପାଇଲେ ତାହା ସ୍ପଷ୍ଟ କରିଛନ୍ତି। ଯୋଗ୍ୟତା ହାତେଇଥିବା ସମସ୍ତ ୩୨ ଦଳକୁ ୪ ପଟ୍‌ରେ ବିଭକ୍ତ କରାଯାଇଛି। ପ୍ରତି ପଟ୍‌ରେ ୮ ଲେଖାଏଁ ଦଳକୁ ସାମିଲ କରାଯାଇଛି। ନିୟମିତ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଆସୁଥିବା କିଛି ଦଳ ବିନା ସମସ୍ୟାରେ ଯୋଗ୍ୟତା ପର୍ଯ୍ୟାୟ ପାରି ହୋଇଥିଲା ବେଳେ ଆଉ କେତେକ ଛୋଟ ଛୋଟ ଦେଶ ମଧ୍ୟ ବିଶ୍ୱକପ୍‌ ଖେଳିବାର ସୁଯୋଗ ସୃଷ୍ଟି କରିଛନ୍ତି। ନିୟମିତ ଦଳମାନଙ୍କ ମଧ୍ୟରୁ ୫ ଶକ୍ତିଶାଳୀ ଦଳ ସ୍ପେନ୍‌, ଜର୍ମାନି, ବ୍ରାଜିଲ, ଫ୍ରାନ୍‌ସ ଓ ଆର୍ଜେଣ୍ଟିନା ରୁଷିଆ ଟିକେଟ ହାତେଇବାରେ ସଫଳ ହୋଇଛନ୍ତି। ଏହି ୫ ଦଳ ମିଳିତ ଭାବେ ଶେଷ ୧୬ ବିଶ୍ୱକପ୍‌ରୁ ୧୩ ଥର ଟ୍ରଫି ଜିତିଛନ୍ତି। ସ୍ପେନ୍‌ ଓ ଜର୍ମାନି ଯୋଗ୍ୟତା ପର୍ଯାୟରେ କୌଣସି ମ୍ୟାଚ୍‌ ହାରିନଥିଲା ବେଳେ ବ୍ରାଜିଲ୍‌ ଦକ୍ଷିଣ ଆମେରିକୀୟ ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ପାଇଛି। ଫ୍ରାନ୍‌ସ ମଧ୍ୟ ଗତବର୍ଷ ୟୁରୋ ଭଳି ଏଥର ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ୍‌ ବିଜେତା ହୋଇଥିଲା ବେଳେ ଆର୍ଜେଣ୍ଟିନା ତା’ର ଅନ୍ତିମ ମ୍ୟାଚ୍‌ ଜିତି ଯୋଗ୍ୟତା ଅର୍ଜନ କରିଛି। ପୁଣି କେତେକ ବଡ଼ ବଡ଼ ତଥା ପୂର୍ବ ବିଜେତା ଦଳ ରୁଷିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ଇଟାଲି ଓ ଆମେରିକା ଭଳି ଦକ୍ଷ ଦଳ ଏଥର ବିଶ୍ୱକପ୍‌ ଯୋଗ୍ୟତା ହାସଲରୁ ବଞ୍ଚିତ ହେବା ଉଲ୍ଲେଖନୀୟ ଘଟଣା ରହିଛି। କିନ୍ତୁ ଅଧିକାଂଶ ଛୋଟ ଦେଶଙ୍କର ବଡ଼ ଆଶା ହିଁ ସେମାନଙ୍କୁ ରୁଷିଆ ଟିକେଟ ଭେଟି ଦେଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଉରୁଗୁଏ, କ୍ରୋଏସିଆ, ପର୍ତୁଗାଲ୍‌, ବେଲ୍‌ଜିୟମ୍‌, ପୋଲାଣ୍ଡ୍‌ ସାମିଲ ଅଛନ୍ତି। ଅନ୍ୟପକ୍ଷରେ କିଛି ଚକ୍‌ମା ଦେଖାଇବାର ସାମର୍ଥ୍ୟ ରଖିଥିବା କିଛି ଦେଶ ମଧ୍ୟ ୨୦୧୮ ବିଶ୍ୱକପ୍‌କୁ ଯୋଗ୍ୟତା ହାତେଇବାରେ ହେଳା କରିନାହାନ୍ତି। ୨୦୦୨ର ଯୁଗ୍ମ ଆୟୋଜକ ଜାପାନ ଓ ଦକ୍ଷିଣ କୋରିଆ ସାଙ୍ଗକୁ ଅଷ୍ଟ୍ରେଲିଆ, କଲମ୍ବିଆ, ନାଇଜେରିଆ, ସର୍ବିଆ, ମରକ୍କୋ ଓ ଆଇସ୍‌ଲାଣ୍ଡ୍‌ ଯୋଗ୍ୟତା ପର୍ଯ୍ୟାୟରେ ନିଜ ନିଜର ଚମତ୍କାରିତା ଦେଖାଇ ବଡ଼ ବଡ଼ ଦଳକୁ ଚେତାବନୀ ଦେଇଛନ୍ତି। ସେହିପରି ପେରୁ, ସ୍ୱିଡେନ୍‌, ଇଜିପ୍ଟ ବିଶ୍ୱକପ୍‌କୁ ପ୍ରତ୍ୟାବର୍ତନ କରିଥିବାରୁ ଖୁବ୍‌ ଖୁସି ଅଛନ୍ତି। କୋଷ୍ଟାରିକା, ତୁନିସିଆ, ପାନାମା ମଧ୍ୟ ରୁଷିଆରେ ଆକର୍ଷଣର କେନ୍ଦ୍ରରେ ରହିବେ। ପାନାମା ଓ ଆଇସ୍‌ଲାଣ୍ଡ୍‌ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରି ଇତିହାସ ରଚିଥିଲା ବେଳେ ୬୦ ବର୍ଷ ପରେ ପ୍ରଥମ ଥର ଲାଗି ବିଶ୍ୱକପ୍‌ରୁ ବଞ୍ଚିତ ହେବା ଇଟାଲି ପାଇଁ ହୃଦୟବିଦାରକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe