ଆଉ ୨ ଦିନ

Advertisment
ଆଉ ୨ ଦିନ

ନୂଆଦିଲ୍ଲୀ: ମଙ୍ଗଳବାର ଖେଲୋ ଇଣ୍ଡିଆ ଜାତୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ରୀଡ଼ା ଉନ୍ମୋଚନ ଅବସରରେ ୨୦୦୪ ଏଥେନ୍‌ସ ଅଲିମ୍ପିକ୍ସ ପୁରୁଷ ଡବଲ୍‌ ଟ୍ରାପ୍‌ରେ ବ୍ୟକ୍ତିଗତ ରୌପ୍ୟ ପଦକ ଜିତିଥିବା ରାଠୋର ଆଗାମୀ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତୀୟ ଦଳର ସଦସ୍ୟମାନଙ୍କୁ ବିଜୟ ପାଇଁ ହିଁ ଖେଳିବାକୁ ପରାମର୍ଶ ଦେଇଥିଲେ। ଫୁଟ୍‌ବଲ୍‌ ପଡ଼ିଆରେ ତୁମେ ଚମତ୍କାର ପ୍ରଦର୍ଶନ ଜରିଆରେ ଦେଶକୁ ପ୍ରେରଣା ଯୋଗାଇପାରିବ ବୋଲି ଯୁବ ଖେଳାଳିମାନଙ୍କୁ ସେ ଆହ୍ଵାନ କରିଥିଲେ। ଏବେ ଯେଉଁ ବିଶ୍ୱକପ୍‌ ତୁମେମାନେ ଖେଳିବ ତାହା ସ୍ମୃତିରେ ହିଁ ରହିବ। ଆୟୋଜକ ଭାବେ ତୁମେ ସିଧାସଳଖ ଯୋଗ୍ୟତା ହାସଲ କରିପାର, ହେଲେ ମ୍ୟାଚ୍‌ ଜିତି ପ୍ରତିପକ୍ଷ ଦଳମାନଙ୍କୁ ଚକିତ କରିଦେବା ଉଚିତ୍‌ ବୋଲି ୧୭ ବର୍ଷରୁ କମ୍‌ ଖେଳାଳିମାନଙ୍କ ପାଇଁ ରାଠୋର ଉତ୍ସାହଭରା ମନ୍ତବ୍ୟ ରଖିଥିଲେ।

ବିଶ୍ୱକପ୍‌ରେ ତୁମେ ପ୍ରତିଟି ମ୍ୟାଚ୍‌କୁ ତୁମର ଶେଷ ମ୍ୟାଚ୍‌ ଭାବି ଖେଳିବା ଉଚିତ। ପ୍ରତି ମୂହୁର୍ତ୍ତକୁ ହିସାବ କରି ତୁମେ ବିଜୟ ପାଇଁ ଖେଳୁଛ ବୋଲି ଭାବିଲେ ସଫଳତା ନିଶ୍ଚୟ ମିଳିବ ବୋଲି ରାଠୋର ପରାମର୍ଶ ଦେଇଛନ୍ତି। ଥରେ ତୁମେ ପଡ଼ିଆରେ ପାଦ ରଖିଲେ ଆକ୍ରମଣାତ୍ମକ ଆଭିମୁଖ୍ୟ ସହ ବିଜୟ ପାଇଁ ଖେଳିବା ଉଚିତ ବୋଲି ସମ୍ବର୍ଧନା ଉତ୍ସବରେ ଖେଳାଳିମାନଙ୍କୁ ଚେତାଇ ଦେଇଥିଲେ। ବିଶ୍ୱକପ୍‌ରେ ତୁମେ ମଣିପୁର, ବେଙ୍ଗଲ କିମ୍ବା ଗୋଆ ପାଇଁ ଖେଳୁନାହଁ, ବରଂ ଦେଶ ପାଇଁ ଖେଳୁଛ ବୋଲି ମନେରଖିବା ଉଚିତ। ତେବେ ଫିଫା ବିଶ୍ୱକପ୍‌ରେ ମୁଁ ଦଳର ସଫଳତା କାମନା କରୁଛି ବୋଲି ରାଠୋର କହି ନିଜ ବକ୍ତବ୍ୟ ଶେଷ କରିଥିଲେ।

ସମ୍ବଧର୍ନ ଉତ୍ସବ ଅବସରରେ ଦଳର ସମସ୍ତ ୨୧ ଜଣ ଖେଳାଳି କ୍ରୀଡ଼ାମନ୍ତ୍ରୀଙ୍କ ସହ ପରିଚିତ ହୋଇଥିଲେ। ଅଧିନାୟକ ଅମରଜିତ୍‌ ସିଂହ କିୟାମ୍‌ ଦଳ ତରଫରୁ ଏକ ସ୍ମୃତିଫଳକ ଗ୍ରହଣ କରିଥିଲେ। ପୂର୍ବ ସୂଚୀ ମୁତାବକ ଦିଲ୍ଲୀର ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌ ସ୍ଥାନୀୟ ଆୟୋଜନ ସମିତିକୁ ହସ୍ତାନ୍ତର କରାଗଲା ବୋଲି ସାମ୍ବାଦିକମାନଙ୍କୁ ରାଠୋର କହିଥିଲେ। ବିଶ୍ୱକପ୍‌ ଆୟୋଜନ ପାଇଁ ଆନୁଷଙ୍ଗିକ ସୁବିଧାସୁଯୋଗକୁ ନେଇ ଫିଫା ବେଶ୍‌ ସନ୍ତୁଷ୍ଟ ବୋଲି ରାଠୋର କହିବା ସାଙ୍ଗକୁ ବିଶ୍ୱକପ୍‌ର ସଫଳ କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe