ଲତିଫ ମୋ ପାଇଁ ପାକିସ୍ତାନୀ ପ୍ରଶଂସକଙ୍କ ଚିଠି ଆଣୁଥିଲେ: କାମ୍ବଲୀ

Advertisment
ଦେବାଶିଷଙ୍କ ସ୍ଥାନ ନେଇପାରନ୍ତି କାମ୍ବଲି

Deccan Chronicle

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍‌ ସମ୍ପର୍କ ବନ୍ଦ ରହିଥିଲେ ମଧ୍ୟ ଅତୀତରେ ଦୁଇ ଦେଶର କ୍ରିକେଟରଙ୍କ ମଧ୍ୟରେ ଭଲ ବନ୍ଧୁତ୍ବ ଥିବାର ଅନେକ ଉଦାହରଣ ମିଳିଥାଏ। ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ବିନୋଦ କାମ୍ବଲୀ ଏହାର ଏକ ଝଲକ ଛାଡ଼ିଛନ୍ତି। ପଡିଆରେ କଡ଼ା ଟକ୍କର ଦେଉଥିଲେ ମଧ୍ୟ ପ୍ରତିପକ୍ଷ ଦଳର ପ୍ରଶଂସକମାନେ କିଭଳି ଭଲ ପାଇଥାନ୍ତି ସେ ଦର୍ଶାଇଛନ୍ତି। ୧୯୯୧ ମସିହାରେ ସାରଜାରେ ପାକିସ୍ତାନ ବିପକ୍ଷରେ ପଦାର୍ପଣ କରିଥିବା କାମ୍ବଲୀ କହିଛନ୍ତି ପୂର୍ବତନ ପାକିସ୍ତାନୀ ଖେଳାଳି ରସିଦ ଲତିଫ ନିୟମିତ ଭାବେ ମୋ ପାଇଁ ପାକିସ୍ତାନୀ ପ୍ରଶଂସକଙ୍କ ଚିଠି ଆଣିଥା’ନ୍ତି। ଆମେ ପାକିସ୍ତାନ ଗସ୍ତ କରିବା ବେଳେ ଭଲ ବ୍ୟବହାର ପାଇଥାଉ।

୧୯୯୧ ମସିହା ପଦାର୍ପଣ ପରଠାରୁ ସମ୍ପୃକ୍ତ ପ୍ରଶଂସକ ଜଣଙ୍କ ମୋ ଅନୁଗାମୀ ଥିଲେ। ସେତେବେଳେ ମୋବାଇଲ୍ ଫୋନ୍ ନଥିଲା କିମ୍ବା କଥା ହେବାର ସୁଯୋଗ ନଥିଲା। ଲତିଫଙ୍କ ମାଧ୍ୟମରେ ସେ ଚିଠି ପଠାଉଥିଲେ ବୋଲି ଭାରତ ପାଇଁ ୧୦୪ ଦିନିକିଆରୁ ୨୪୭୭ ରନ୍ କରିଥିବା କାମ୍ବଲୀ ପ୍ରକାଶ କରିଥିଲେ। ପାକିସ୍ତାନ ବିପକ୍ଷରେ କାମ୍ବଲୀ ୧୯ ଦିନିକିଆରୁ ୩୫୪ ରନ୍ କରିଥିଲେ। ପଡ଼ିଆ ଭିତରେ ଏବଂ ବାହାରେ ମଧ୍ୟ ବଂଧୁତା ରହୁଥିଲା। ପାକିସ୍ତାନର ପ୍ରାୟ ସବୁ ଖେଳାଳି ମୋ ବଂଧୁ ଥିଲେ। ୱାକର୍‌ ଓ ଆକ୍ରମଙ୍କ ବଂଧୁତ୍ବକୁ ଏବେ ବି ଉପଭୋଗ କରୁଛି ବୋଲି କହିଥିଲେ କାମ୍ବଲୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe