ଆଇସିସି ପୁରୁଷ କ୍ରିକେଟ୍‌ କମିଟିରେ ଲକ୍ଷ୍ମଣ: ଲର୍ଡସରେ ୨୦୨୩ ଓ ୨୦୨୫ ଡବ୍ଲୁଟିସି ଫାଇନାଲ୍‌

Advertisment
ଦ୍ରାବିଡ଼ଙ୍କ ପରେ ଭିଭିଏସ୍ ଲକ୍ଷ୍ମଣ ହୋଇପାରନ୍ତି ଟିମ ଇଣ୍ଡିଆ କୋଚ୍

Zee News

ବର୍ମିଂହାମ୍‌: ଏଠାରେ ଶେଷ ହୋଇଥିବା ଆଇସିସି ବାର୍ଷିକ ସମ୍ମିଳନୀରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ନିଷ୍ପତ୍ତିକ୍ରମେ ସଂପ୍ରତି ଭାରତରେ ଜାତୀୟ କ୍ରିକେଟ୍‌ ଏକାଡେମିର ମୁଖ୍ୟ ପଦ ସମ୍ଭାଳୁଥିବା ଏବଂ ଗତ ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିବା ପୂର୍ବତନ ଭାରତୀୟ ତାରକା ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଆଇସିସି ପୁରୁଷ କ୍ରିକେଟ୍‌ କମିଟିରେ ନିଯୁକ୍ତ କରାଯାଇଛି। ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଅଧିନାୟକ ଡାନିଏଲ୍‌ ଭିଟୋରିଙ୍କ ସହ ଲକ୍ଷ୍ମଣ ଏହି କମିଟିରେ ସକ୍ରିୟ ଖେଳାଳିଙ୍କ ପ୍ରତିନିଧତ୍ବ କରିବେ ବୋଲି ଆଇସିସି ସ୍ପଷ୍ଟ କରିଛି। ସେହିପରି ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ସହ ୱେଷ୍ଟଇଣ୍ଡିଜ୍‌ର ରୋଜର ହାର୍ପର ପୂର୍ବତନ ଖେଳାଳିଙ୍କ ପ୍ରତିନିଧି ଭାବେ ଆଇସିସି କମିଟିରେ ନିଯୁକ୍ତ ହୋଇଛନ୍ତି। ଏହି ବୈଠକ ଅବସରରେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳାଙ୍କ ଏଫ୍‌ଟିପି (ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ)କୁ ଆଇସିସି ବୋର୍ଡ ଅନୁମୋଦନ ଦେଇଛି।

ଅନ୍ୟାନ୍ୟ ନିଷ୍ପତ୍ତିକ୍ରମେ କାମ୍ବୋଡିଆ, କୋଟେ ଡି’ ଆଇଭୋରେ ଏବଂ ଉଜ୍‌ବେକିସ୍ତାନକୁ ଆଇସିସି ଏହାର ନୂଆ ସଦସ୍ୟ ଭାବେ ସ୍ବାଗତ କରିଛି। ସେମାନଙ୍କୁ ସହଯୋଗୀ ସଦସ୍ୟତା ଅନୁମୋଦନ ପ୍ରଦାନ କରିଛି। କାମ୍ବୋଡିଆ ଓ ଉଜ୍‌ବେକିସ୍ତାନ ଏସିଆ ଡିଭିଜନ୍‌ରୁ ଯଥାକ୍ରମେ ୨୪ ଓ ୨୫ତମ ସଦସ୍ୟ ହୋଇଥିଲା ବେଳେ କୋଟେ ଡି’ ଆଇଭୋରେ ଆଫ୍ରିକାରୁ ୨୧ତମ ସଦସ୍ୟ ହୋଇଛି। ଅନ୍ୟପକ୍ଷରେ କ୍ରିକେଟ୍‌ ରୁଷିଆର ସଦସ୍ୟତାକୁ ଆଇସିସି ରଦ୍ଦ କରିଦେଇଛି। ସେହିପରି ରୁଷିଆ ସହ ଯୁଦ୍ଧ ପରିସ୍ଥିତିରେ ସାମିଲ ଥିବା ୟୁକ୍ରେନ୍‌ର ସଦସ୍ୟତା ଆବେଦନକୁ ସ୍ଥଗିତ ରଖିଛି।

ଲର୍ଡସରେ ୨୦୨୩ ଓ ୨୦୨୫ ଡବ୍ଲୁଟିସି ଫାଇନାଲ୍‌
ଆଗାମୀ ୨୦୨୩ ଓ ୨୦୨୫ରେ ଡବ୍ଲୁଟିସି (ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍) ଫାଇନାଲ୍‌ ଇଂଲଣ୍ଡର ଐତିହାସିକ ଲର୍ଡସ କ୍ରିକେଟ୍‌ ଗ୍ରାଉଣ୍ଡରେ ଆୟୋଜିତ ହେବ। ବର୍ମିଂହାମ୍‌ଠାରେ ବସିଥିବା ବାର୍ଷିକ ସମ୍ମିଳନୀର ମଙ୍ଗଳବାର ଅନ୍ତିମ ଦିବସରେ ଏନେଇ ଆଇସିସି ଘୋଷଣା କରିଛି। ଏହା ପୂର୍ବରୁ ଡବ୍ଲୁଟିସିର ପ୍ରଥମ ସଂସ୍କରଣ (୨୦୧୯-୨୦୨୧) ଫାଇନାଲ୍‌ ଲର୍ଡସରେ ଖେଳାଯିବାର ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ କୋଭିଡ୍‌ ପାଇଁ ଏହାକୁ ସାଉଥମ୍ପଟନ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe