ଆମେ ଚାହୁଁଥିଲୁ, କୁମ୍ବଲେ ରହିଲେନି: ଲକ୍ଷ୍ମଣ

Advertisment
ଆମେ ଚାହୁଁଥିଲୁ, କୁମ୍ବଲେ ରହିଲେନି: ଲକ୍ଷ୍ମଣ

ନୂଆଦିଲ୍ଲୀ: ଅଧିନାୟକ ବିରାଟ କୋହଲିଙ୍କ ସହ ମତପାର୍ଥକ୍ୟ ଯୋଗୁଁ ଅନିଲ କୁମ୍ବଲେ ଭାରତୀୟ ଦଳର ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ। ସେତେବେଳେ ଏହାକିୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କୁମ୍ବଲେଙ୍କ ବିଦା ପଛରେ କୋହଲିଙ୍କ ଭୂମିକା ରହିଥିବା କୁହାଯାଇଥିଲା। ହେଲେ ଶୁକ୍ରବାର ଏହି ଘଟଣାର ସତ୍ୟତା ସଂପର୍କରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର କ୍ରିକେଟ୍‌ ପରାମର୍ଶଦାତା ସମିତି ସଦସ୍ୟ ତଥା ପୂର୍ବତନ ବ୍ୟାଟ୍‌ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ଖୁଲାସା କରିଛନ୍ତି। ଗତବର୍ଷ ଚାମ୍ପିଅନ୍‌ସ ଟ୍ରଫି ବେଳେ କୋହଲିଙ୍କ ସହ ମନୋମାଳିନ୍ୟ ପରେ କୁମ୍ବଲେ ଇସ୍ତଫା ଦେଇଥିଲେ। ହେଲେ ଆମ ପ୍ୟାନେଲ ସେତେବେଳେ କୁମ୍ବଲେ ପ୍ରଶିକ୍ଷକ ପଦରେ ରହନ୍ତୁ ବୋଲି ଚାହିଁଥିଲୁ। ମାତ୍ର କୁମ୍ବଲେ ପ୍ୟାନେଲ କଥାକୁ ଗ୍ରହଣ କରିନଥିଲେ। ସେ ତାଙ୍କ ଇସ୍ତଫା ନିଷ୍ପତ୍ତି ଉପରେ ଅଟଳ ରହିଥିଲେ ବୋଲି ଲକ୍ଷ୍ମଣ କହିଛନ୍ତି। ସେହି ଘଟଣା ଭାରତୀୟ କ୍ରିକେଟ୍‌ ପାଇଁ ଦୁର୍ଭାଗ୍ୟଜନକ ଥିଲା। ମୁଁ ଭାବୁନାହିଁ କୋହଲି ସୀମାରେଖା ଟପି ଯାଇଥିଲେ। ତେଣୁ କୁମ୍ବଲେ ‌ପଦ ବଜାୟ ରଖିବାକୁ ସମିତି ଚାହୁଁଥିଲା। ହେଲେ କୁମ୍ବଲେ ତାଙ୍କ ନିଷ୍ପତ୍ତିକୁ ଯଥା‌ର୍ଥ କହି ଆଗକୁ ବଢ଼ିଥିଲେ ବୋଲି ଲକ୍ଷ୍ମଣ ବିଶାଖାପଟଣାରେ ଆୟୋଜିତ ଇଣ୍ଡିଆ ଟୁଡେ ସାଉଥ୍‌ କନ୍‌କ୍ଲେଭ୍‌ରେ ପ୍ରକାଶ କରିଥିଲେ। ଏଠାରେ ସୂଚନାଯୋଗ୍ୟ, ଲକ୍ଷ୍ମଣଙ୍କ ସହ ସଚିନ୍‌ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ କ୍ରିକେଟ୍‌ ପରାମର୍ଶଦାତା ସମିତି ୨୦୧୬ରେ କୁମ୍ବଲେଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe