Advertisment

ଭୁବି ଏବେ ବିପଜ୍ଜନକ ବୋଲର୍‌: ଭିଭିଏସ୍‌ ଲକ୍ଷ୍ମଣ

Advertisment
ମେଲବଣ୍ଣ ଦିନିକିଆ: ଅଷ୍ଟ୍ରେଲିଆର ଦ୍ୱିତୀୟ ଓ୍ଵିକେଟ୍‌ ପତନ

ଅତ୍ୟନ୍ତ ବୋଲିଂ ପ୍ରିୟ ପରିବେଶରେ ପ୍ରଥମ ଟେଷ୍ଟ୍‍ରେ ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲା। ଶେଷକୁ ଦଳକୁ ବର୍ତିବାକୁ ଲଢ଼ିବାକୁ ପଡ଼ିଥିଲା ଯାହାକି ମ୍ୟାଚ୍‌ରେ ରୋମାଞ୍ଚକ ସମାପ୍ତ ଆଣିଥିଲା। ବର୍ଷା ପ୍ରଥମ ଦୁଇ ଦିନକୁ ପ୍ରଭାବିତ କରିଥିଲେ ମଧ୍ୟ ଭାଗ୍ୟ ଗୋଟିଏ ପଟରେ ଯାଉଥିଲା। ଭାରତ କିନ୍ତୁ ନିଜ ମାଲିକାନା ଦେଖାଇଥିଲା।

ସମ୍ଭବତଃ ଏହା ଥିଲା ଭାରତ ମାଟିରେ ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟ୍‍ ବିଜୟର ଶ୍ରେଷ୍ଠ ସୁଯୋଗ। ଦୀନେଶ ଚାନ୍ଦିମାଳ ଗୁରୁତ୍ୱପୂର୍ଣ୍ଣ ଟସ୍‌ ଜିତିଥିଲେ। କିନ୍ତୁ ସୁରଙ୍ଗା ଲାକମଲ୍‌ଙ୍କ ବାଦ୍‌ ଅନ୍ୟ କେହି ପ୍ରଭାବୀ ନଥିଲେ। ଦେଢ଼ ବର୍ଷ ତଳେ ଇଡେନ୍‌ ପିଚ୍‌ ପୁନଃ ପ୍ରସ୍ତୁତ ହେବା ପରଠାରୁ ଦ୍ରୁତ ବୋଲିଂକୁ ସୁହାଉଛି। ଏଭଳି ଏକ କଷ୍ଟକର ପିଚ୍‌ରେ କିନ୍ତୁ ସଟ୍‌ ଚୟନରେ ତ୍ରୁଟି କରି ଭାରତୀୟମାନେ ନିରାଶ କରିଥିଲେ। ପ୍ରଥମ ପାଳିରେ ବଲ୍‌କୁ ଖେଳିବା ଅସମ୍ଭବ ଥିବାବେଳେ ଚେତେଶ୍ୱର ପୂଜାରା କିନ୍ତୁ ଅସାଧାରଣ ଧୈର୍ଯ୍ୟ ଓ ପ୍ରୟୋଗ ଦେଖାଇଥିଲେ। ଦ୍ୱିତୀୟ ପାଳିରେ ଲୋକେଶ ରାହୁଲ, ଶିଖର ଧାଓ୍ଵନ ଓ ବିରାଟ କୋହଲି ନିଜ ଛାପ ଛାଡ଼ିଥିଲେ। ଏଭଳି ପରିସ୍ଥିତିରୁ ଭାରତ ନିଶ୍ଚିତ ୨୦୧୮ ମସିହାର ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଅନେକ କିଛି ଶିଖିଥିବ।
ଭୁବନେଶ୍ୱର କୁମାର ଏବଂ ମହମ୍ମଦ ସାମି ମ୍ୟାଚ୍‌ସାରା ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଉମେଶ ଯାଦବ ଟିକିଏ ରଙ୍ଗହୀନ ଥିଲେ। ଭୁବି ଓ ସାମି କିନ୍ତୁ ଦାୟିତ୍ୱ ସମ୍ଭାଳିଥିଲେ। ଭୁବି ନିଜର ଧଳା ବଲ୍‌ ପ୍ରଦର୍ଶନକୁ ଲାଲ୍‌ ବଲ୍‌ କ୍ରିକେଟ୍‌ରେ ବି ଦୋହରାଇଥିଲେ। କଚଟିର ଚମତ୍କାର ବ୍ୟବହାର ଏବଂ ଟ୍ରାକ୍‌ରେ ବଲ୍‌କୁ ସିମ୍‌ରେ ପକାଇବାର ଦକ୍ଷତା ଦେଖାଇଥିଲେ। ଗତି ବଢ଼ାଇବା ସହିତ ଭୁବି ଏବେ ଅଧିକ ବିପଜ୍ଜନକ ବୋଲର ପାଲଟିଗଲେଣି। ସାମି ଅଧିକ ବୋଲିଂ କରିବା ପରେ ଲୟକୁ ଆସୁଥିଲେ। କିନ୍ତୁ ସେ ସୁଇଙ୍ଗ ଉପରେ ଅଧିକ ନିର୍ଭରଶୀଳ। ଏହି ଦୁଇ ଜଣଙ୍କ ସହିତ ଉମେଶ ଯାଦବଙ୍କୁ ମିଶାଇ ଭାରତ ନିଶ୍ଚିତ ଆସନ୍ତା ବର୍ଷର ଯୋଜନା କରିପାରିବ।

ବିରାଟ କୋହଲି କିନ୍ତୁ ଶେଷ ଦିନରେ ଯେଭଳି ମ୍ୟାଚ୍‌କୁ ମୁକୁଳା କରିଦେଲେ ଏହା ସବୁଠାରୁ ପ୍ରଶଂସନୀୟ। ୫୦ ଅନ୍ତର୍ଜାତୀୟ ଶତକ ସହିତ ସେ ଏବେ ମଧ୍ୟ ବିରଳ କ୍ଲବ୍‌ରେ ସାମିଲ ହୋଇଗଲେ। କୋହଲି ଜଣେ ଚମତ୍କାର ଖେଳାଳି ଓ ଆକ୍ରାମକ ଅଧିନାୟକ। କୋଲ୍‌କାତାରେ ଆଉ ଅଧ ଘଣ୍ଟା ଖେଳ ହୋଇଥିଲେ ଭାରତ ସମ୍ଭବତଃ ୧-୦ରେ ଆଗୁଆ ରହିଥାନ୍ତା (ଗେମ୍‌ପ୍ଲାନ୍‌)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe