ଦୁବାଇ: ଭାରତର ଜିଏସ୍ ଲକ୍ଷ୍ମୀ ପ୍ରଥମ ମହିଳା ଭାବେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ)ର ରେଫରି ପ୍ୟାନେଲ୍ରେ ସାମିଲ ହୋଇଛନ୍ତି। ଚଳିତ ମାସରେ ଅଷ୍ଟ୍ରେଲିଆର କ୍ଲାରେ ପୋଲୋସାକ୍ ପ୍ରଥମ ମହିଳା ଭାବେ କୌଣସି ପୁରୁଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ପରିଚାଳନା କରିବା ପରେ ଲକ୍ଷ୍ମୀ ପ୍ରଥମ ମହିଳା ଭାବେ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ରେଫରି ନିଯୁକ୍ତ ହୋଇଛନ୍ତି। ତୁରନ୍ତ ସେ ଏହି ଦାୟିତ୍ବ ତୁଲାଇବାକୁ କହି ଆଇସିସି ତାଙ୍କୁ ଅଭିନନ୍ଦନ ଜଣାଇଛି। ୫୧ ବର୍ଷ ବୟସ୍କା ଲକ୍ଷ୍ମୀ ପ୍ରଥମ ଥର ଲାଗି ୨୦୦୮-୦୯ରେ ଜଣେ ମ୍ୟାଚ୍ ରେଫରି ଭାବେ ଘରୋଇ ମହିଳା କ୍ରିକେଟ୍ ପ୍ରତିଯୋଗିତା ପରିଚାଳନା କରିଥିଲେ। ସେ ୩ ଲେଖାଏଁ ମହିଳା ଦିନିକିଆ ଆନ୍ତର୍ଜାତିକ ଓ ମହିଳା ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ପରିଚାଳନା କରିଛନ୍ତି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଏଲୋଇସ୍ ସେରିଦାନ୍ ଆଇସିସି ଅମ୍ପାୟାରଙ୍କ ଉନ୍ନୟନ ପ୍ୟାନେଲ୍ରେ ପୋଲୋସାକ୍ଙ୍କ ସହ ଯୋଡ଼ି ହୋଇଛନ୍ତି। ଏହି ପ୍ୟାନେଲ୍ରେ ଅନ୍ୟ ମହିଳାମାନଙ୍କ ମଧ୍ୟରେ ଲରେନ୍ ଏଗେନ୍ବାଗ୍, କିମ୍ କଟନ୍, ଶିବାନୀ ମିଶ୍ର, ସୁଇ ରେଡ୍ଫର୍ନ, ମ୍ୟାରି ୱାଲ୍ଡ୍ରନ୍ ଏବଂ ଜାକ୍ବେଲିନ୍ ୱିଲିୟମ୍ସ ସାମିଲ ହୋଇଛନ୍ତି।
ଲକ୍ଷ୍ମୀ ପ୍ରଥମ ମହିଳା ଆଇସିସି ମ୍ୟାଚ୍ ରେଫରି
Advertisment
Follow Us