‘ସମ୍ବାଦ ଭବନ’ରେ ଭାରତୀୟ ଟେନିସ୍‌ର ବିସ୍ମୟ ବ୍ୟକ୍ତିତ୍ବ ଲିଆଣ୍ଡର ପେସ୍‌

Advertisment
‘ସମ୍ବାଦ ଭବନ’ରେ ଭାରତୀୟ ଟେନିସ୍‌ର ବିସ୍ମୟ ବ୍ୟକ୍ତିତ୍ବ ଲିଆଣ୍ଡର ପେସ୍‌

ଭୁବନେଶ୍ବର: ଭାରତୀୟ ଟେନିସ୍‌ର ବିସ୍ମୟ ବ୍ୟକ୍ତିତ୍ବ ୧୮ ଥର ଗ୍ରାଣ୍ଡ୍‌ ସ୍ଲାମ୍ ଯୁଗଳ ଟ୍ରଫି ବିଜେତା ଲିଆଣ୍ଡର୍‌ ପେସ୍‌ ମଙ୍ଗଳବାର ଗୋଟିଏ ଦିନ ପାଇଁ ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ଖବରକାଗଜ ‘ସମ୍ବାଦ’ର ଅତିଥି ସମ୍ପାଦକ ଦାୟିତ୍ବ ତୁଲାଇଛନ୍ତି। ୩୫ ବର୍ଷ ଧରି ଏହ‌ି ସମ୍ବାଦପତ୍ର ପରିଚାଳନା କରିବା ସହଜ ନୁହେଁ ବୋଲି ପ୍ରକାଶ କରିଥିଲେ ୪୬ ବର୍ଷୀୟ ଲିଆଣ୍ଡର୍‌। ସକରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ‘ସମ୍ବାଦ ଭବନ’ରେ ଏହି କିଂବଦନ୍ତିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଥିଲା। ବୁଧବାର ଭୁବନେଶ୍ବରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ କରିବାକୁ ଲିଆଣ୍ଡର୍‌ ଆମନ୍ତ୍ରିତ ହୋଇଛନ୍ତି। ମଙ୍ଗଳବାର ସଂଧ୍ୟାରେ ସମ୍ବାଦ ଭବନ ପରିଦର୍ଶନ ବେଳେ ସେ ଏହାର ପ୍ରିଣ୍ଟିଂ ପ୍ରେସ୍‌, ସମ୍ପାଦନା ବିଭାଗ ମଧ୍ୟ ବୁଲି ଦେଖିଥିଲେ। ଏହା ପରେ ସମ୍ବାଦ ଗ୍ରୁପ୍‌ର ସହଯୋଗୀ ଅନୁଷ୍ଠାନ କନକ୍ ନିଉଜ୍‌, ରେଡିଓ ଚକଲେଟ୍‌, ସମ୍ବାଦ ଡଟ୍‌ଇନ୍‌ ଆଦି ବୁଲିଥିଲେ। ‘ସମ୍ବାଦ’ର ଅତିଥି ସମ୍ପାଦକ ଦାୟିତ୍ବ ବେ‌ଳେ ଏହାର ସମ୍ପାଦନା ମଣ୍ଡଳି ସହିତ ଆଲୋଚନା କରିଥିଲେ। ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦେଶକ ମୋନିକା ନାୟର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶକ ତନୟା ପଟ୍ଟନାୟକଙ୍କ ସହିତ ସମ୍ପାଦନା ମଣ୍ଡଳିର ବରିଷ୍ଠ ପଦାଧିକାରୀ ଏବଂ କମ୍ପାନିର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe