ଲିଆଣ୍ଡର୍‌ ଉଦ୍‌ଘାଟନ କଲେ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ

Advertisment

ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍‌) ତତ୍ତ୍ୱାବଧାନରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୧୬ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ୨୦୨୫ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି।

ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍‌) ତତ୍ତ୍ୱାବଧାନରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୧୬ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ୨୦୨୫ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି।

scscxx

ଭୁବନେଶ୍ୱର: ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍‌) ତତ୍ତ୍ୱାବଧାନରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୧୬ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ୨୦୨୫ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭାରତ ସହ ୪୨ ଦେଶର ଅନ୍ତର୍ଜାତୀୟ ଆର୍ବିଟର, ଅନ୍ତର୍ଜାତୀୟ ମାଷ୍ଟର୍ ଓ ଗ୍ରାଣ୍ଡମାଷ୍ଟର୍ ସମେତ ୧୨ ଶହ ଖେଳାଳି ଅଂଶଗ୍ରହଣ କରିଛନ୍ତି। କୌଣସି ଅନ୍ତର୍ଜାତୀୟ ଚେସ୍‍ ପ୍ରତିଯୋଗିତାରେ ୪୨ ଦେଶର ଖେଳାଳି ଯୋଗଦେବା ଏହା ପ୍ରଥମ। ମୋଟ ପୁରସ୍କାର ରାଶି ୬୦ ଲକ୍ଷ ଟଙ୍କା ରହିଛି। ଏହା ଭାରତରେ କୌଣସି ଚେସ୍ ଇଭେଣ୍ଟରେ ପ୍ରଦାନ କରାଯାଇଥିବା ଦ୍ୱିତୀୟ ସର୍ବାଧିକ ପୁରସ୍କାର ରାଶି। ମୋଟ ୪୩୬ଟି ପୁରସ୍କାର ତିନିଟି ବର୍ଗରେ ବଣ୍ଟନ କରାଯିବ।

 ‘ଏ’ ବର୍ଗରେ ମୋଟ ୩୦ ଲକ୍ଷ,୧୯୦୦ରୁ କମ୍‍ ରେଟେଡ଼୍‍ ଥିବା ‘ବି’ ବର୍ଗ ପାଇଁ ୧୫ ଲକ୍ଷ ଏବଂ ୧୭୦୦ରୁ କମ୍‍ ରେଟେଡ଼୍‍ ଥିବା ‘ସି’ ବର୍ଗର ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଉଦ୍‌ଘାଟନ ଉତ୍ସବରେ ଅତିଥି ଭାବେ ଭାରତୀୟ ଟେନିସ୍ ତାରକା, ଅଲିମ୍ପିଆନ୍ ଓ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ବିଜେତା ଲିଆଣ୍ଡର ପେସ୍, ମହାରାଷ୍ଟ୍ରର ପୁଣେସ୍ଥିତ ଚେସ୍ ଇନ୍ ସ୍କୁଲ୍‌ (ଫିଡେ)ର କମିସନର ତଥା ଜିଏମ୍‌ ଅଭିଜିତ କୁନ୍ତେ, ଏଆଇସିଏଫ୍‌ର ପୂର୍ବତନ ଉପାଧ୍ୟକ୍ଷ ଭବେଶ ଭାଇ ପଟେଲ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗିତା ନିର୍ଦ୍ଦେଶକ ତଥା ଆଇଏମ୍ ଶେଖର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଆଇସିଏଫ୍ ଇଭେଣ୍ଟ କମିଟିର ସଦସ୍ୟ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଚେସ୍ ସଂଘର ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe