ଭାରତୀୟ ଦଳଠୁ ବ୍ୟାଟିଂ ଶିଖନ୍ତୁ ପାକିସ୍ତାନ ଖେଳାଳି: ଆବାସ

Advertisment
ଭାରତୀୟ ଦଳଠୁ ବ୍ୟାଟିଂ ଶିଖନ୍ତୁ ପାକିସ୍ତାନ ଖେଳାଳି: ଆବାସ

Sportzwiki

କରାଚି: ‌ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କଠୁ ବ୍ୟାଟିଂ ଶିଖିବାକୁ ପାକିସ୍ତାନୀ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି ଏହି ଦେଶର କିଂବଦନ୍ତି କ୍ରିକେଟର ଜାହିର ଆବାସ। ‘‘ଆଜିକାଲି ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ କିଭଳି ପ୍ରଦର୍ଶନ କରୁଛନ୍ତି ଦେଖ। ତାଙ୍କ ଦଳ ଅସୁବିଧାରେ ଥିଲା ବେଳେ କେହି ନା କେହି ‌କିଭଳି ଭଲ ସ୍କୋର୍‌ କରୁଛନ୍ତି। ମୁଁ ଚାହୁଁଛି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ମା‌ନେ ଏଥିରୁ କିଛି ଶିଖନ୍ତୁ’’ ବୋଲି ଏସିଆର ବ୍ରାଡମ୍ୟାନ୍‌ ଭାବେ ପରିଚିତ ଆବାସ ୟୁଟ୍ୟୁବ କାର୍ଯ୍ୟକ୍ରମ ‘କ୍ରିକେଟ୍‌ ବାଜ୍‌’ରେ କହିଛନ୍ତି।

ସେମାନେ (ଭାରତ) ଆମଠାରୁ ଏହା ଶିଖିଛନ୍ତି। ଆମଠୁ ଶିଖି ସେମାନେ ଉପରକୁ ଉଠିଛନ୍ତି। କିନ୍ତୁ ବର୍ତ୍ତମାନ ସମୟ ଆସିଛି ସେମାନଙ୍କଠାରୁ ଆମକୁ କିଛି ଶିଖିବାକୁ ପଡ଼ିବ। ଗାଭାସ୍କର କହୁଥିଲେ ଯେ ‘ତୁମେ ସବୁବେଳେ ବିରୋଧୀଙ୍କଠାରୁ ମଧ୍ୟ ଶିଖିବା ଉଚିତ’ ବୋଲି ଆବାସ କହିଛନ୍ତି। ଯଦି କହୁଛ ଭାରତୀୟ ଉପଅଧିନାୟକ ରୋହିତ ଶର୍ମା ଭଲ। ତେବେ ତାଙ୍କଠୁ ଶିଖିବା ଉଚିତ। ସେ କିପରି ଖେଳୁଛନ୍ତି ଦେଖ ଏବଂ ଶୈଳୀକୁ ଅନୁକରଣ କର। ମୁଁ ହନିଫ ମହମ୍ମଦ ଓ ରୋହନ କହ୍ନାଇଙ୍କ ଖେଳ ଦେଖୁଥିଲି ଏବଂ ଶିଖୁଥିଲି। କିନ୍ତୁ ସେମାନଙ୍କ ପାଖକୁ ଯାଇ ତାଲିମ ନେଉନଥିଲି। ତାଙ୍କ ବ୍ୟାଟିଂ ଦେଖି ଶିଖିଥିଲି। ଆମ ସମୟରେ କୌଣସି ପ୍ରଶିକ୍ଷକ ନଥିଲେ। କେବଳ ଜଣେ ପ୍ରବନ୍ଧକ ଥିଲେ, ଗସ୍ତ ସମୟରେ‌ ସେ ଆମ ସହ ରହୁଥିଲେ। ଏଥିପାଇଁ ଆମେ ଅନେକ କୀର୍ତ୍ତିମାନ ଭାଙ୍ଗିପାରିଥିଲୁ ବୋଲି ୧୦୦ ପ୍ରଥମ ଶ୍ରେଣୀ ଶତକ ହାସଲ କରିଥିବା ଏହି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି। ସବୁ ଦେଶର ଏକ ଶକ୍ତିଶାଳୀ ଖେଳାଳି ସଂଘ ରହିବା ଉପରେ ବି ଏହି ଅବସରରେ ଜୋର ଦେଇଥିଲେ ପାକିସ୍ତାନ ପାଇଁ ୭୮ ଟେଷ୍ଟ୍‌ ଖେଳି ୪୪.୭୯ ହାରରେ ୫୦୬୨ ରନ୍‌ କରିଥିବା ଆବାସ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe