ଲି’ଙ୍କ ଭବିଷ୍ୟବାଣୀ ସିଏସ୍‌କେ ଜିତିବ

Advertisment

ଚହର କରୋନା ମୁକ୍ତ, ସିଏସ୍‌କେକୁ ଫେରିଲେ

ଚହର କରୋନା ମୁକ୍ତ, ସିଏସ୍‌କେକୁ ଫେରିଲେ

କୋହଲି ଆଉ ୪ବର୍ଷ ଖେଳିଲେ ସଚିନ୍‌ଙ୍କୁ ଟପିଯିବେ: ଲି’

Firstpost

ଦୁବାଇ: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ କେଉଁ ଦଳ ବିଜେତା ହେବ, ତା’ ର ପୂର୍ବାନୁମାନ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍‌ ଲି’। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର୍‌ କିଙ୍ଗସ (ସିଏସ୍‌କେ) ଏଥର ବିଜେତା ହେବ ବୋଲି ପ୍ରକାଶ କରିଛନ୍ତି ସେ। ସେପ୍ଟେମ୍ବର ୧୯ ତାରିଖରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟି ଏଥରର ଅଭିଯାନ ଆରମ୍ଭ କରିବ। ଏକ ପ୍ରସାରଣକାରୀ ସଂସ୍ଥା ପାଇଁ କାମ କରିବା ଲାଗି ସମ୍ପ୍ରତି ମୁମ୍ବାଇ ପହଞ୍ଚି ସଙ୍ଗରୋଧରେ ଥିବା ଲି’ ନିଜ ସମୟର ଅନ୍ୟତମ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଥିଲେ। ଚେନ୍ନାଇ ସୁପର୍ କିଙ୍ଗ୍ସର ୧୩ ଜଣ ସଦସ୍ୟ କୋଭିଡ୍‌-୧୯ ପଜିଟିଭ ଚିହ୍ନଟ ହେବା ଏବଂ ସୁରେଶ ରାଇନା, ହରଭଜନ ସିଂହଙ୍କ ଭଳି ବରିଷ୍ଠ ଖେଳାଳି ଓହରିଯିବା ସତ୍ତ୍ବେ ଦଳ ଦୃଢ଼ ଆତ୍ମବିଶ୍ବାସରେ ରହିଛି। ଏମାନଙ୍କ ବିକଳ୍ପ ମଧ୍ୟ ଚୟନ କରିନାହିଁ। ତଥାପି ସଫଳତମ ଅଧିନାୟକ ତଥା ୩ ଥର ବିଜେତା ଧୋନିଙ୍କ ସିଏସକେ ନିଶ୍ଚିତ ଦାବିଦାର ଦଳ ଭାବେ ପ୍ରତିଯୋଗିତାରେ ଖେଳିବ ବୋଲି ଲି’ କହିଛନ୍ତି। ପୂର୍ବରୁ ଲି’ କିଙ୍ଗସ ଇଲେଭେନ୍ ପଞ୍ଜାବ ଏବଂ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିଲେ। କେକେଆର୍‌ଠାରୁ ମଧ୍ୟ ଭଲ ପ୍ରଦର୍ଶନ ଆଶା ରହିବ ବୋଲି ସେ କହିଛନ୍ତି। ଦଳର ନୂଆ ତଥା ଦାମୀ ଖେଳାଳି ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ପ୍ୟାଟ୍ କମିନ୍ସକୁ ସେ ବିଶ୍ବଶ୍ରେଣୀୟ ଦର୍ଶାଇଛନ୍ତି। କେକେଆର୍ ନିଶ୍ଚିତ ପ୍ଲେ ଅଫ୍‌ ପହଞ୍ଚିବ ବୋଲି ସେ ମଧ୍ୟ ଦୃଢ଼ ଅଶା ପୋଷଣ କରିଛନ୍ତି।

ଚହର କରୋନା ମୁକ୍ତ, ସିଏସ୍‌କେକୁ ଫେରିଲେ
ଦୁବାଇ: ପୂର୍ବବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)କୁ ଗୁରୁବାର ଏକ ଭଲ ଖବର ମିଳିଛି। ଦ୍ରୁତ ବୋଲର ଦୀପକ ଚହର କରୋନା ମୁକ୍ତ ହେବା ପରେ ଦଳୀୟ ଜୈବ ବଳୟକୁ ଫେରିଛନ୍ତି। ତାଙ୍କର ପୂର୍ବ ଦୁଇ ରିପୋର୍ଟ ନେଗେଟିଭ୍ ଆସିଥିଲା ବେଳେ ତୃତୀୟ ରିପୋର୍ଟ ନେଗେଟିଭ୍ ଆସିଲେ ସେ ମଧ୍ୟ ପ୍ରଶିକ୍ଷଣରେ ଯୋଗ ଦେଇପାରିବେ। ଦୀପକ ଅନ୍ୟ ଏକ ହୋଟେଲରେ ୧୪ ଦିନର ବାଧ୍ୟତାମୂଳକ ସଙ୍ଗରୋଧ ଅବଧିକୁ ମଧ୍ୟ ଶେଷ କରିସାରିଛନ୍ତି। ଆସନ୍ତା ଚାରି ଦିନ ଭିତରେ ସେ ଦଳ ସହ ପ୍ରଶିକ୍ଷଣ ଆରମ୍ଭ କରିପାରନ୍ତି ବୋଲି ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ କାଶି ବିଶ୍ବନାଥନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe