କିଂବଦନ୍ତି ଡେଭିସ କପ୍‌ ପ୍ରଶିକ୍ଷକ ଅଖତର ଅଲ୍ଲୀଙ୍କ ପରଲୋକ

Advertisment
କିଂବଦନ୍ତି ଡେଭିସ କପ୍‌ ପ୍ରଶିକ୍ଷକ ଅଖତର ଅଲ୍ଲୀଙ୍କ ପରଲୋକ

କୋଲ୍‌କାତା: ଭାରତୀୟ ଡେଭିସ କପ୍‌ ଦଳର ପୂର୍ବତନ ପ୍ରଶିକ୍ଷକ ଅଖତର ଅଲ୍ଲୀଙ୍କର ରବିବାର କୋଲ୍‌କାତାରେ ପରଲୋକ ହୋଇଛି। ସେ ବିବିଧ ରୋଗରେ ପୀଡ଼ିତ ଥିଲେ ଏବଂ ନିକଟରେ ତାଙ୍କର କର୍କଟ‌ ରୋଗ ହୋଇଥିବା ଜଣାପଡ଼ିଥିଲା। ଗୁରୁତର ଅୁସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଦୁଇ ସପ୍ତାହ ପୂର୍ବରୁ କୋଲ୍‌କାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୁର୍ବଳ ସ୍ବାସ୍ଥାବସ୍ଥାକୁ ଦୃଷ୍ଟିରେ ରଖି କର୍କଟର କୌଣସି ଚିକିତ୍ସା ନକରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ବୋଲି ପରିବାର ସୂତ୍ରରୁ କୁହାଯାଇଛି। କିନ୍ତୁ ରବିବାର ତାଙ୍କର ପରଲୋକ ଖବର ମିଳିଛି।

ଏହି ୮୩ ବର୍ଷୀୟ କିଂବଦନ୍ତି ହେଉଛନ୍ତି ସଂପ୍ରତି ଭାରତୀୟ ଡେଭିସ କପ୍‌ ଦଳର ପ୍ରଶିକ୍ଷକ ଥିବା ଜୀଶାନ ଅଲ୍ଲୀଙ୍କ ବାପା। ସେ ଭେଟେରାନ ଟେନିସ ତାରକା ଲିଆଣ୍ଡର ପେସ୍‌ଙ୍କ ସହିତ ନିଜ ପୁଅ ଜୀସାନ୍‌ଙ୍କର ପ୍ରଶିକ୍ଷକ ଥିଲେ। ବିଜୟ ଅମୃତରାଜ ଓ ରମେଶ କୃଷ୍ଣନ୍‌ ମଧ୍ୟ ତାଙ୍କ ପ୍ରଶିକ୍ଷଣରେ ପ୍ରଭାବିତ ହୋଇଥିଲେ। ଅଖତର ୧୯୫୮ରୁ ୧୯୬୪ ମଧ୍ୟରେ ୮ଟି ଡେଭିସ କପ୍‌ ଖେଳିବା ସହ ଭାରତୀୟ ଦଳର ଅଧିନାୟକ ଓ ପ୍ରଶିକ୍ଷକ ରହିଥିଲେ। ତାଙ୍କ ମୃତ୍ୟୁରେ ଭାରତୀୟ କ୍ରୀଡ଼ା ଜଗ‌ତରେ ଶୋକର ଛାୟା ଖେଳିଯାଇଛି। ଅମୃତରାଜ, ସୋମଦେବ ଦେବବର୍ମନ ଟ୍ବିଟର୍‌ରେ ଏହି କିଂବଦନ୍ତି ପ୍ରଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe