ଆସ...ମିଶିକି ଚାମ୍ପିଅନ୍ସ ହେବା: ବାଂଲାଦେଶ ବିପକ୍ଷରେ ଖେଳିବା ପୂର୍ବରୁ ଏଭଳି ପୋଷ୍ଟ କଲେ ରୋହିତ୍

ଆଠ ବର୍ଷର ବ୍ୟବଧାନ ପରେ ଫେରିଥିବା ‘ଚାମ୍ପିଅନ୍ସ ଟ୍ରଫି’ର ଦ୍ବିତୀୟ ତଥା ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ଆଜି ଭାରତ-ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ଏମଧ୍ୟରେ ରୋହିତ ଶର୍ମାଙ୍କ ପୋଷ୍ଟ ସାମ୍ନାକୁ ଆସିଛି।

trohits

ଦୁବାଇ: ଆଠ ବର୍ଷର ବ୍ୟବଧାନ ପରେ ଫେରିଥିବା ‘ଚାମ୍ପିଅନ୍ସ ଟ୍ରଫି’ର ଦ୍ବିତୀୟ ତଥା ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ଆଜି ଭାରତ-ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିିତି ବ୍ୟାଟିଂ ଆରମ୍ଭ କରିଛି ବାଂଲାଦେଶ। ୩୭ବର୍ଷର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଇତିହାସ ସତ୍ତ୍ବେ ଉଭୟ ଏସୀୟ ପଡ଼ୋଶୀ ଚାମ୍ପିଅନ୍ସ ଟ୍ରଫିରେ ମାତ୍ର ଦ୍ବିତୀୟ ଥର ପାଇଁ ପରସ୍ପରର ମୁକାବିଲା କରିବେ। ୨୦୧୭ରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ଭେଟିଥିଲା। ସେହି ମ୍ୟାଚ୍‌କୁ ସହଜରେ ଜିତି ବି ଯାଇଥିଲା। ଏଣୁ ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। 

ମ୍ୟାଚ୍ ଆରମ୍ଭ ହୋଇସାରିଥିବା ବେଳେ ଏବେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ପୋଷ୍ଟ ଭାଇରାଲ‌ ହେଉଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ନିଜ ପ୍ରଶଂସକଙ୍କ ପାଇଁ ରୋହିତ୍ ଲେଖିଥିଲେ, "ବର୍ବାଡୋସରୁ ଭାରତ ପର୍ଯ୍ୟନ୍ତ; ଆମକୁ ଚାମ୍ପିଅନ୍ ଭଳି ଅନୁଭବ କରାଯାଇଥିଲା ଏବଂ ଆମେ ଚାମ୍ପିଅନ୍ ଭଳି ଅନୁଭବ କରିଥିଲୁ। ଆମ ସହିତ ମୁଁ ନିଶ୍ଚିତ ଯେ, ଆପଣମାନେ ମଧ୍ୟ ଚାମ୍ପିଅନ୍ ଭଳି ଅନୁଭବ କରିଥିଲେ। କିଛି ମାସ ପରେ, ଆମେ ପୁଣି ଥରେ ଚାମ୍ପିଅନ୍ ହେବା ପାଇଁ ଆମର ପ୍ରୟାସ ଆରମ୍ଭ କରୁଛୁ। ଆମେ ତାଲିମ ନେଇଛୁ, ଟୁର୍ନାମେଣ୍ଟର ନିର୍ଦ୍ଦେଶ ସରିଛି, ଏବେ ପଡ଼ିଆରେ ସବୁକିଛି କରିବାର ସମୟ ଆସିଛି। ଦଳ ପାଇଁ, ପ୍ରଶଂସକମାନଙ୍କ ପାଇଁ ଏବଂ ସବୁଥର ପରି ଆମର ନାମ ଜପ କରୁଥିବା ଦେଶ ପାଇଁ। ତେଣୁ, ଆସନ୍ତୁ ଏହା ପୁଣି ଥରେ କରିବା। ଆପଣ ଏବଂ ଆମେ; ଆସନ୍ତୁ ଏକାଠି ଚାମ୍ପିଅନ୍ ହେବା।"

ତାଙ୍କର ଏହି ପୋଷ୍ଟ ଏବେ ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe