ସୂର୍ଯ୍ୟଙ୍କ ଭଳି ୩-୪ ଜଣ ଖେଳାଳି ଚୟନକର୍ତ୍ତାଙ୍କ ନଜରରେ ରହିଛନ୍ତି: ଶାସ୍ତ୍ରୀ

୨୦୧୧ ଅପେକ୍ଷା ଏହା ଅଧିକ ମଜବୁତ୍‌ ଭାରତୀୟ ଦଳ: ଶାସ୍ତ୍ରୀ

Deccan Chronicle

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଚଳିତବର୍ଷର ଆଇପିଏଲ୍‌ରେ ସ୍ଥିର ପ୍ରଦର୍ଶନ ଦେଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଏହି ୩୦ ବର୍ଷୀୟ ତାରକାଙ୍କୁ ଚୟନକର୍ତ୍ତା ଅଣଦେଖା କରିଛନ୍ତି। ଯାହା କ୍ରିକେଟ୍ ପଣ୍ଡିତଙ୍କୁ ବିସ୍ମିତ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ଭେଙ୍ଗସରକାର ଓ ଅଫ୍ ସ୍ପିନର ହରଭଜନ ସିଂହ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଥିଲେ। ଅଷ୍ଟ୍ରେଲିଆ ଯିବାର ସୁଯୋଗ ନମିଳିବା ପରେ କିନ୍ତୁ ସୂର୍ଯ୍ୟ ରୟାଲ ଚାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ୭୯ ରନ୍‌ର ବିସ୍ଫୋରକ ପାଳି ଖେଳି ଚୟନକର୍ତ୍ତାଙ୍କୁ ଦୃଢ଼ ଜବାବ ଦେଇଥିଲେ। ସୂର୍ଯ୍ୟଙ୍କୁ ନେଇ ସୃଷ୍ଟି ହୋଇଥିବା ତର୍କ-ବିତର୍କରେ ମୁହଁ ଖୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ କିନ୍ତୁ ତାଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି।

‘‘ଏଥିପାଇଁ ହିଁ ଆମେ ଯୁବ ତାରକାଙ୍କୁ ସବୁବେଳେ ଧୈର୍ଯ୍ୟର ସହ ସୁଯୋଗକୁ ଅପେକ୍ଷା କରିବାକୁ ପରାମର୍ଶ ଦେଉ। ସୂର୍ଯ୍ୟକୁମାରଙ୍କ ଭଳି ଆହୁରି ୩-୪ ଜଣ ଯୁବ ଖେଳାଳି ଆମ ନଜରରେ ଅଛନ୍ତି। ହେଲେ ଯେତେବେଳେ ଆମ ପାଖରେ ଏମିତି ଏକ ଦଳ ଅଛି, ଯାହା ପାଖରେ ପ୍ରତିଭା ଓ ଅଭିଜ୍ଞତାର ଅଭାବ ନାହିଁ, ସେତେବେଳେ ଦଳକୁ ପ୍ରବେଶ କରିବା ଟିକିଏ କଷ୍ଟକର ହୋଇଥାଏ’’ ବୋଲି ଶାସ୍ତ୍ରୀ ଏକ ଇଂରାଜୀ ଟେଲିଭିଜନ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ। ଏହି କ୍ରମରେ ସେ ନିଜ ବେଳର କଥା ମନେ ପକାଇଥିଲେ। ଶାସ୍ତ୍ରୀ ଆହୁରି କହିଥିଲେ ଯେ ମୋର ସ୍ପଷ୍ଟ ଭାବେ ମନେ ଅଛି। ‌ସେତେବେଳେ ଭାରତୀୟ ବ୍ୟାଟିଂ ବାହିନୀର ୧ରୁ ୬ ସ୍ଥାନ ପ୍ରାୟ ସ୍ଥିର ରହୁଥିଲା। ମଧ୍ୟକ୍ରମରେ କୌଣସି ନୂଆ ବ୍ୟାଟର୍‌ ସ୍ଥାନ ପାଇବା ଅତ୍ୟନ୍ତ କଷ୍ଟକର ଥିଲା। ତଥାପି କିଛି ଖେଳାଳି ଘରୋଇ କ୍ରିକେଟ୍‌ରେ ରନ୍‌ର ପାହାଡ଼ ସୃଷ୍ଟି କରି ଦଳକୁ ଯିବା ଲାଗି ସବୁ‌ବେଳେ ଦ୍ବାର ମୁହଁରେ ଅପେକ୍ଷା କରି ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe