ଇନ୍‌ଷ୍ଟାଗ୍ରାମ ପ୍ରଭାବଶାଳୀ ତାଲିକା: ମୋଦୀଙ୍କୁ ପଛରେ ପକାଇଲେ କୋହଲି

Advertisment
ଇନ୍‌ଷ୍ଟାଗ୍ରାମ ପ୍ରଭାବଶାଳୀ ତାଲିକା: ମୋଦୀଙ୍କୁ ପଛରେ ପକାଇଲେ କୋହଲି

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ସାଇଟ୍ ଇନଷ୍ଟାଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ ‌କୋହଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଛରେ ପକାଇ ଦେଇଛନ୍ତି। ୨୪ ଲକ୍ଷ ଅନୁଗାମୀ ଥିବା କୋହଲି ବିଶ୍ବସ୍ତରୀୟ ଡାଟା ସଂଗ୍ରହ ଏବଂ ଅନୁଶୀଳନ ମଞ୍ଚ ‘ହାଇପ୍ ଅଡିଟର’ ପ୍ରସ୍ତୁତ କରିଥିବା ଏହି ତାଲିକାରେ ଭାରତୀୟଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଥିଲା ବେଳେ ମୋଦୀଦ୍ବିତୀୟରେ ଅଛନ୍ତି। ବିଶ୍ବ ତାଲିକା‌ରେ କିନ୍ତୁ କୋହଲି ଦ୍ବାଦଶ ଏବଂ ମୋଦୀ ୨୦ତମ ସ୍ଥାନ ଅଧିକାର କରିଛନ୍ତି। ମୋଦୀ ଗତବର୍ଷ ଅପେକ୍ଷା ତିନିଟି ସ୍ଥାନ ଉପରକୁ ଉଠିବା ଅବଶ୍ୟ ତାଙ୍କ ସମର୍ଥକଙ୍କୁ ଉଲ୍ଲସିତ କରିଛି। ବିଶ୍ବ ତାଲିକାରେ ପର୍ତ୍ତୁଗାଲର ଲୋକପ୍ରିୟ ଫୁଟ୍‌ବଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଆର୍ଜେ‌ଣ୍ଟିନାର ମହାନ ଫୁଟ୍‌ବଲର୍‌ ଲିଓନେଲ ମେସି ଖେଳାଳିଙ୍କ ଭିତରେ ଦ୍ବିତୀୟ ଏବଂ ମୋଟ ଉପରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ବ୍ରାଜିଲର ଅନ୍ୟତମ ଦାମୀ ଫୁଟ୍‌ବଲ୍ ଖେଳାଳି ନେମାର ତ୍ରୟୋଦଶ ସ୍ଥାନ ଅଧିକାର କରିଛନ୍ତି।

‘ହାଇପ୍ ଅଡିଟର’ ପ୍ରସ୍ତୁତ କରିଥିବା ବିଶ୍ବର ଏହି ୧,୦୦୦ ଇନ୍‌ଷ୍ଟାଗ୍ରାମ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ କୋହଲି, ମୋଦୀଙ୍କ ପରେ ଅଭି‌ନେତ୍ରୀ ତଥା ‌କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଭାରତୀୟଙ୍କ ମଧ୍ୟରେ ତୃତୀୟ ସର୍ବଶ୍ରେଷ୍ଠ ମାନ୍ୟତା ହାସଲକାରୀ ହୋଇଛନ୍ତି। ଦୀପିକା ପାଦୁକୋନଙ୍କଠାରୁ ୨୩ଟି ସ୍ଥାନ ଉପରେ ଅର୍ଥାତ୍ ୨୬ତମ ସ୍ଥାନରେ ଅଛନ୍ତି ଅନୁଷ୍କା। ଭାରତର ସବୁଠାରୁ ଚର୍ଚିତ ଖେଳାଳି ତାଲିକାରେ ମଧ୍ୟ କୋହଲି ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଏହି କ୍ରମରେ ସେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ସବୁଠାରୁ ଚର୍ଚିତ ଦେଶୀ ମହିଳା କ୍ରୀଡ଼ାବିତ୍ ତାଲିକାରେ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁଙ୍କୁ କୁସ୍ତି ଆଖଡ଼ାର ରାଣୀ ଗୀତା ଫୋଗଟ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe