ନୀରଜ ଚୋପ୍ରାଙ୍କୁ ଏଭଳି ଉତ୍ତର ଦେଲା ଶିଶୁ; ଭିଡିଓ ଭାଇରାଲ

Advertisment
ନୀରଜ ଚୋପ୍ରାଙ୍କୁ ଏଭଳି ଉତ୍ତର ଦେଲା ଶିଶୁ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ -୨୦୨୧ରେ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳି ନୀରଜ ଚୋପ୍ରାଙ୍କ ସହିତ ଜଡ଼ିତ କିଛି ନା କିଛି ଖବର ପ୍ରତିଦିନ ସାମ୍ନାକୁ ଆସିଥାଏ। ଚଳତ ବର୍ଷ ନୀରଜଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି। ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡିଓ ଦେଖିବାକୁ ମିଳୁଛି। ନିକଟରେ ନୀରଜଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ଲୋକେ ନୀରଜଙ୍କୁ ଭାରତର ବାସ୍ତବ ହିରୋ ବୋଲି କହୁଛନ୍ତି। ଭିଡିଓଟି ଦେଖିବାକୁ ହୃଦୟସ୍ପର୍ଶୀ ହୋଇଥିବାରୁ ଲୋକମାନେ ଏହାକୁ ବାରମ୍ବାର ଦେଖୁଛନ୍ତି।


ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖି ପାରିବେ, ନୀରଜ ଚୋପ୍ରା ଜଣେ ଛୋଟ ଛୁଆଙ୍କ ସହିତ କଥା ହେଉଛନ୍ତି। ସେ ଶିଶୁଙ୍କୁ ଜଣଙ୍କ ନାମ ସର୍ଚ୍ଚ କରିବାକୁ କହୁଛନ୍ତି। ଏହାର ପ୍ରତି ଉତ୍ତରରେ ଶିଶୁ ଜଣକ କହୁଛନ୍ତି ତାଙ୍କର ତ ପସନ୍ଦର ହିରୋ ନୀରଜ ଚୋପ୍ରା ରହିଛନ୍ତି। ଏହି ଭିଡିଓକୁ ଆଇପିଏସ ଅଧିକାରୀ ପଙ୍କଜ ନୈନ ନିଜର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe