'ଦେଶ ପାଇଁ ବଞ୍ଚିବା, ଦେଶ ପାଇଁ ମରିବା....'  ଏପରି କହି ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଲେ ଡବ୍ଲୁଡବ୍ଲୁଇ ସୁପରଷ୍ଟାର

'ଦେଶ ପାଇଁ ବଞ୍ଚିବା, ଦେଶ ପାଇଁ ମରିବା....'  ଏପରି କହି ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଲେ ଡବ୍ଲୁଡବ୍ଲୁଇ ସୁପରଷ୍ଟାର

aaj tak

ନୂଆଦିଲ୍ଲୀ: ଡବ୍ଲୁଡବ୍ଲୁଇ ମଧ୍ୟ ଭାରତର ସ୍ବାଧୀନତା ଦିବସ ପାଳନ କରିଛି । ଡବ୍ଲୁଡବ୍ଲୁଇର ସୁପରଷ୍ଟାରମାନେ ଭାରତରେ ଥିବା ତାଙ୍କ ଫ୍ୟାନ୍‌ମାନଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି । ଅଭିନନ୍ଦନ ଜଣାଇଥିବା ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଏବଂ ଦର୍ଶକମାନେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି ।

ଭାରତରେ ଆଜି ଉତ୍ସବର ମାହୋଲ । ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି । ଏହି ସମୟରେ ସାରା ବିଶ୍ବରୁ ଅଭିନନ୍ଦନର ଭିଡିଓ ବାର୍ତ୍ତା ମିଳିବାରେ ଲାଗିଛି । ସେହିପରି ଭରତରେ ଡବ୍ଲୁଡବ୍ଲୁଇର କ୍ରେଜ୍‌ ବହୁଳ ମାତ୍ରାରେ ରହିଛି । ଏହି କାରଣରୁ ବ୍ଲୁଡବ୍ଲୁଇର ସୁପରଷ୍ଟାରମାନେ ଭାରତରେ ଥିବା ତାଙ୍କ ଫ୍ୟାନ୍‌ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡବ୍ଲୁଡବ୍ଲୁଇ ଇଣ୍ଡିଆ ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛି ଯେଉଁଥିରେ ଡବ୍ଲୁଡବ୍ଲୁଇର ବହୁ ଭାରତୀୟ ରେସଲର ତଥା ବିଦେଶୀ ରେସଲରମାନେ ଭାରତକୁ ସ୍ୱାଧୀନତା ଦିବସରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଭିଡିଓରେ ରିଙ୍କୁ ରାଜପୁତ, ଶଙ୍କର, ସେଥ୍ ରୋଲିନ୍ସ, ଭୀର ମହାନ୍ ଏବଂ ଅନ୍ୟ କୁସ୍ତି ଖେଳାଳିମାନେ ସାମିଲ ଅଛନ୍ତି ।

ସ୍ୱାଧୀନତା ଦିବସରେ ଭାରତୀୟ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇ ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଭୀର ମହାନ୍ କହିଛନ୍ତ 'ଦେଶ ପାଇଁ ବଞ୍ଚିବା, ଦେଶ ପାଇଁ ମରିବା.... ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe