ଲିଭରପୁଲ ଜିତିଲା‌ ପ୍ରିମିୟର ଲିଗ୍‌ ଟ୍ରଫି, ଲିଭରପୁଲ ଅଧିନାୟକ ଶ୍ରେଷ୍ଠ ଇଂଲଣ୍ଡ ଫୁଟ୍‌ବଲର

ଲିଭରପୁଲ ଜିତିଲା‌ ପ୍ରିମିୟର ଲିଗ୍‌ ଟ୍ରଫି, ଲିଭରପୁଲ ଅଧିନାୟକ ଶ୍ରେଷ୍ଠ ଇଂଲଣ୍ଡ ଫୁଟ୍‌ବଲର

BeSoccer

ଲିଭରପୁଲ: ଲିଭରପୁଲ ଗୋଟିଏ ମ୍ୟାଚ୍‌ ପୂର୍ବରୁ ୨୦୧୯-୨୦ ଋତୁର ପ୍ରିମିୟର ଲିଗ୍‌ ଟ୍ରଫି କରାୟତ କରିନେଇଛି। ଏଥିସହ ଏହି ଦଳ ଆଗାମୀ ଋତୁ ଲାଗି ଚାମ୍ପିଅନ୍ସ ଲିଗ୍‌ରେ ସ୍ଥାନ ପକ୍କା କରିଛି। ବୁଧବାର ଲିଭରପୁଲ୍‌ ୫-୩ ଗୋଲ୍‌ରେ ଚେଲ୍‌ସିକୁ ହରାଇ ଦେଇଥିଲା। ୮ ଗୋଲ୍‌ ବିଶିଷ୍ଟ ଏହି ମ୍ୟାଚ୍‌ରେ ଲିଭରପୁଲ୍‌ ପକ୍ଷରୁ ନାବି କିତା (୨୩ ମିନିଟ୍‌), ଟ୍ରେଣ୍ଟ୍‌ ଆଲେକଜାଣ୍ଡର-ଆମଲୋଡ (୩୮ ମିନିଟ୍‌), ଜର୍ଜିନିଓ ୱିନାଲ୍‌ଦମ (୪୩ ମିନିଟ୍‌), ରର୍ବଟୋ ଫିର୍ମିନୋ (୫୫ ମିନିଟ୍‌) ଓ ଆଲେକ୍ସ ଓକ୍ସାଲେଡ-ଚାମ୍ବରଲେନ୍‌ (୮୪ ମିନିଟ୍‌) ଏବଂ ଚେଲ୍‌ସି ପକ୍ଷରୁ ଓଲିଭିୟର ଗିରୌଡ (୪୫ ମିନିଟ୍‌), ତାମି ଆବ୍ରାହମ (୬୧ ମିନିଟ୍‌) ଓ କ୍ରି‌ଷ୍ଟିଆନ୍‌ ପୁଲିସିକ (୭୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଏହି ବିଜୟ ଫଳରେ ଲିଭରପୁଲ୍‌ ୩୭ ମ୍ୟାଚ୍‌ରୁ ୯୬ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷରେ ରହିଥିଲା। ଏହା ପଛକୁ ମ୍ୟାନ୍‌ ସିଟି (୩୭ ମ୍ୟାଚ୍‌ ୭୮ ପଏଣ୍ଟ୍‌) ଦ୍ବିତୀୟରେ ରହିଛି। ତେଣୁ ଆଉ ଗୋଟିଏ ମ୍ୟାଚ୍‌ ବାକି ଥିବାରୁ ଲିଭରପୁଲ୍‌ ଏବେ ବି ୧୮ ପଏଣ୍ଟ ଆଗରେ ରହିଛି ଏବଂ ଶେଷ ମ୍ୟାଚ୍‌ରେ ଅନ୍ୟ ଦଳମାନଙ୍କ ବିଜୟ କୌଣସି ଫରକ୍‌ ପକାଇପାରିବନି ବୋଲି ସ୍ପଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଲିଭରପୁଲ୍‌ଠୁ ପରାଜୟ ଯୋଗୁଁ ଚେଲ୍‌ସି ଦଳ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଖସିଯାଇଛି।

ପ୍ରିମିୟର ଲିଗ୍‌ ମୁକୁଟ ବିଜେତା ଲିଭରପୁଲ ଦଳର ଅଧିନାୟକ ଜୋର୍ଡାନ ହେଣ୍ଡରସନ୍‌ ଶୁକ୍ରବାର ଇଂଲଣ୍ଡର ଶ୍ରେଷ୍ଠ ଫୁଟ୍‌ବଲର ପୁରସ୍କାର ଲାଗି ଫୁଟ୍‌ବଲ୍‌ ରାଇଟର୍ସ ସଂଘ (ଏଫ୍‌ଡବ୍ଲୁଏ) ଦ୍ବାରା ମନୋନୀତ ହୋଇଛନ୍ତି। ଜୁର୍ଗେନ କ୍ଲପ୍‌ଙ୍କ ପ୍ରଶିକ୍ଷଣରେ ଏହି ୩୦ ବର୍ଷୀୟ ମଧ୍ୟଭାଗ ଖେଳାଳି ଅଧିନାୟକ ଭାବେ ସଫଳତା ପାଇଥିଲେ। ସେ ଚଳିତ ଋତୁରେ ଲିଭରପୁଲ୍‌ ପକ୍ଷରୁ ୩୦ ଲିଗ୍‌ ମ୍ୟାଚ୍‌ ଖେଳି ୪ ଗୋଲ୍‌ କରିଥିଲେ। ହେଣ୍ଡରସନ୍‌ଙ୍କ ବାଦ୍‌ ଶୀର୍ଷ ୫ରେ ମାଞ୍ଚେଷ୍ଟର ସିଟିର କେଭିନ ଡି ବ୍ରୁଏନ୍‌, ମା‌ଞ୍ଚେ‌ଷ୍ଟର ୟୁନାଇଟେଡ୍‌ର ମାର୍କସ ରାସଫୋର୍ଡ, ଲିଭରପୁଲ୍‌ର ଭିର୍ଗିଲ ଭାନ ଡିକ୍‌ ଓ ସାଡିଓ ମାନେ ରହିଛନ୍ତି। ୧୯୪୮ ମସିହାରୁ ଫୁଟ୍‌ବଲର ଅଫ୍‌ ଦି ପୁରସ୍କାର ପ୍ରଦାନ କରାଯାଉଛି। ପ୍ରଥମ ପୁରସ୍କାର ଷ୍ଟାନ୍‌ଲେ ମାଥ୍ୟୁସଙ୍କୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe