କରଜ କରି ନିଜ ଖେଳାଳିଙ୍କୁ ଦରମା ଦେଇଥିଲା ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ

Advertisment
ଏଥର ବିଶ୍ବକପ୍ କ୍ରିକେଟରୁ ବାଦ ପଡ଼ିଯିବ କି ଓ୍ବେଷ୍ଟଇଣ୍ଡିଜ୍ ?

photo-the week

ନୂଆଦିଲ୍ଲୀ: କୋଭିଡ୍ -୧୯ ମହାମାରୀ ଯୋଗୁଁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର ଆର୍ଥିକ ଅବସ୍ଥା ଦୋହଲିଯାଇଥିଲା | ଆଉ ସ୍ଥିତି ଏଭଳି ଥିଲା ଯେ ଖେଳାଳିଙ୍କୁ ଦରମା ଦେବା ପାଇଁ ବୋର୍ଡକୁ ଋଣ କରିବାକୁ ପଡିଥିଲା | କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ଅଧ୍ୟକ୍ଷ ରିକି ସ୍କେରିଟ୍ କହିଛନ୍ତି ଯେ କୋଭିଡ ଯୋଗୁଁ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଖେଳାଳିଙ୍କୁ ଦରମା ଦେବା ପାଇଁ ଋଣ କରିବାକୁ ପଡିଥିଲା | ତେବେ ସେ ଦାବି କରିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବୋର୍ଡର ଋଣ ହାର ଏକ ତୃତୀୟାଂଶକୁ ହ୍ରାସ ପାଇଛି। ରିକି ସ୍କେରିଟ୍ ୨୦୧୯ ରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ସମାପ୍ତ ହୋଇଛି ଏବଂ ସେ ବର୍ତ୍ତମାନ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି |

ସ୍କେରିଟ୍ ଏକ ସାକ୍ଷାତକାରରରେ କହିଛନ୍ତି ଯେ ଆମର ସବୁଠାରୁ ବଡ ସମସ୍ୟା ଥିଲା ଯେ ଆମେ ଟଙ୍କା ପାଇବା ପୂର୍ବରୁ ଭବିଷ୍ୟତର ଖର୍ଚ୍ଚ ବିଷୟରେ ଆଲୋଚନା କରିଥିଲୁ | ଆମର ପ୍ରାୟ ୨ କୋଟି ଡଲାରର ଋଣ ଥିଲା ଏବଂ ଏହାକୁ ପରିଶୋଧ କରିବାକୁ ଆମକୁ ବାରମ୍ବାର ଋଣ କରିବାକୁ ପଡୁଥିଲା | ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ୍ ଆହୁରି କହିଛନ୍ତି ଯେ କୋଭିଡ ଯୋଗୁଁ କର୍ମଚାରୀଙ୍କ ଦରମା ଦେବାକୁ ବୋର୍ଡ ପାଖରେ ଟଙ୍କା ନଥିଲା |

ମହାମାରୀ ସମୟରେ ସମସ୍ତ କର୍ମଚାରୀ ଅଧା ବେତନରେ କାମ କରୁଥିଲେ। ସୂଚନା ଥାଉ କି ଗତ ବର୍ଷ କରୋନା କାରଣରୁ ମାର୍ଚ୍ଚରୁ ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସମ୍ପ୍ରତି ୱେଷ୍ଟଇଣ୍ଡିଜ ଦଳ ଶ୍ରୀଲଙ୍କା ସହିତ ଘରୋଇ ସିରିଜ୍ ଖେଳୁଛି | ଗତ ବର୍ଷ କରୋନା ମହାମାରୀ ହେବା ପରଠାରୁ ୱେଷ୍ଟଇଣ୍ଡିଜ୍ ଏହାର ପ୍ରଥମ ଘରୋଇ ସିରିଜ୍ ଖେଳୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe