ଗୁଆଁଝୁ: କରୋନା ଆତଙ୍କ ଭିତରେ ଏହାର ଉତ୍ପତ୍ତିସ୍ଥଳ ଚୀନରୁ କ୍ରୀଡ଼ା ଜଗତ ପାଇଁ ଏକ ଭଲ ଖବର ଆସିଛି। ଚୀନ ଏହାର ଗୁଆଁଝୁ ପ୍ରଦେଶରେ ଏକ ଲକ୍ଷ ଦର୍ଶକ କ୍ଷମତା ବିଶିଷ୍ଟ ଏକ ଫୁଟବଲ୍ ଷ୍ଟାଡିୟମର ନିର୍ମାଣ ଆରମ୍ଭ କରିଛି। ଷ୍ଟାଡିୟମଟି ପଦ୍ମଫୁଲ ଆକୃତ୍ତିର ହୋଇଛି। ଏହାକୁ ‘ଲୋଟସ୍ ଫ୍ଲାୱାର ଷ୍ଟାଡିୟମ୍’ ନାଁ ଦିଆଯାଇଛି। ଏହି ଷ୍ଟାଡିୟମର ନିର୍ମାଣରେ ପ୍ରାୟ ୧୦,୦୦୦ କୋଟି ଟଙ୍କା ଖର୍ଚ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ଚାଇନିଜ୍ ସୁପର ଲିଗ୍ ଫୁଟବଲ୍ ପ୍ରତିଯୋଗିତା ଖେଳାଯିବ। ୨୦୨୨ ସୁଦ୍ଧା ଏହାର ନିର୍ମାଣକାର୍ଯ୍ୟ ଶେଷ ହେବ। ଚୀନ ଏବେ ଫିଫା ମାନ୍ୟତାର ୭୬ତମ ସ୍ଥାନରେ ଥିଲା ବେଳେ ଏଥିରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛି। ସୂଚନାଯୋଗ୍ୟ ଯେ ଏକ ଲକ୍ଷ ୧୪ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଉତ୍ତର କୋରିଆର ରନଗ୍ରାଡୋ ଷ୍ଟାଡିୟମ୍ ବିଶ୍ବର ସର୍ବବୃହତ୍ ଷ୍ଟାଡିୟମ୍ ହୋଇ ରହିଛି।
ଚୀନରେ ନିର୍ମାଣ ଚାଲିଛି ‘ପଦ୍ମଫୁଲ’ ଷ୍ଟାଡିୟମ୍
Advertisment
Follow Us