ଖରାପ ପ୍ରଦର୍ଶନ ପାଇଁ ଆଇପିଏଲ ୨୦୨୫ରେ ରାହୁଲଙ୍କ ହାତ ଛାଡ଼ିବ ଏଲଏସଜି !

ଲକ୍ଷ୍ନୌ ସୁପର ଜିଆଣ୍ଟସ୍(ଏଲଏସଜି) ରାହୁଲଙ୍କୁ ଆଇପିଏଲ ୨୦୨୫ରେ ଆଉ ସୁଯୋଗ ଦେବ ନାହିଁ। ରାହୁଲ ଗତ ତିନି ସିଜିନ ପାଇଁ ଦଳର ଅଧିନାୟକ ଥିଲେ। କିନ୍ତୁ ତାଙ୍କ ଷ୍ଟ୍ରାଇକ୍ ହାର ଭଲ ନଥିବାରୁ ମ୍ୟାନେଜମେଣ୍ଟ ଖୁସି ନଥିବା କୁହାଯାଉଛି।

lsg

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ଭଲ ପ୍ରଦର୍ଶନ କରି ଟିମରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। କିନ୍ତୁ ସେ କିଛି ମାସ ହେଲାଣି ଭଲ ଫର୍ମରେ ନାହାଁନ୍ତି। ବିଭିନ୍ନ ମ୍ୟାଚରେ ତାଙ୍କୁ ସୁଯୋଗ ମିଳୁଥିଲେ ବି ସେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏମଧ୍ୟରେ ରାହୁଲଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି।

କୁହାଯାଉଛି ଯେ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍(ଏଲଏସଜି) ରାହୁଲଙ୍କୁ ଆଇପିଏଲ ୨୦୨୫ରେ ଆଉ ସୁଯୋଗ ଦେବ ନାହିଁ। ଅର୍ଥାତ୍ ଆଇପିଏଲ ୨୦୨୫ରେ ଏଲଏସଜିରୁ ବାଦ ପଡ଼ିବେ ରାହୁଲ।  ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ ଦଳଗୁଡିକ 'ରିଲିଜ୍ ଆଣ୍ଡ ରିଟେନ' ତାଲିକା ପ୍ରକାଶ କରନ୍ତି | କୁହାଯାଉଛି ଯେ, ଏଲଏସଜି 'ରିଲିଜ୍ ଆଣ୍ଡ ରିଟେନ' ସୂଚୀ ଜାରି କରି ରାହୁଲଙ୍କୁ ରିଲିଜ୍ କରୁଥିବା ଘୋଷଣା କରିବ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଏଲଏସଜିର ପରିଚାଳନା କମିଟି କେ.ଏଲ୍ ରାହୁଲଙ୍କ ପ୍ରଦର୍ଶନ ଉପରେ ଖୁସି ନାହାନ୍ତି। ରାହୁଲ ଗତ ତିନି ସିଜିନ ପାଇଁ ଦଳର ଅଧିନାୟକ ଥିଲେ। କିନ୍ତୁ ତାଙ୍କ ଷ୍ଟ୍ରାଇକ୍ ହାର ଭଲ ନଥିବାରୁ ମ୍ୟାନେଜମେଣ୍ଟ ଖୁସି ନଥିବା କୁହାଯାଉଛି। ଏବେ ଏହି ଦଳର ମେଣ୍ଟର ଅଛନ୍ତି ଜହିର ଖାନ ଓ କୋଚ୍ ଅଛନ୍ତି ଜଷ୍ଟିନ୍ ଲୈଙ୍ଗର । ରାହୁଲଙ୍କ ପ୍ରଦର୍ଶନକୁ ନେଇ ଉଭୟେ ଅନେକ ଆଲୋଚନା କରିଛନ୍ତି। ଗତ ସିଜିନରେ ଏଲଏସଜିର ପ୍ରଦର୍ଶନ ବିଶେଷ ଭଲ ନଥିଲା। ଏହି ସବୁ କାରଣରୁ ରାହୁଲ ବର୍ତ୍ତମାନ ଦଳରୁ ବାଦ୍ ପଡ଼ିପାରନ୍ତି ବୋଲି କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe