ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଅଲ୍ରାଉଣ୍ଡର ଦୀପକ ହୁଦା ପଦାର୍ପଣ କରିଥିଲେ। ସେ ମ୍ୟାଚ୍ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କଠାରୁ ଭାରତ ଟୋପି ଗ୍ରହଣ କରିଥିଲେ। ଏହାକୁ ହୁଦା ତାଙ୍କର ସୌଭାଗ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ଭାରତ ପାଇଁ ଖେଳିବାର ସ୍ବପ୍ନ ସବୁବେଳେ ଦେଖୁଥିଲେ ଏବଂ ମହେନ୍ଦ୍ର ସିଂହ ଧୋନି କିମ୍ବା କୋହଲିଙ୍କଠୁ ଟୋପି ଗ୍ରହଣ କରିବା ମୋର ପିଲାଦିନର ସ୍ବପ୍ନ ଥିଲା। ଏହା ବାସ୍ତବ ରୂପ ନେଇଥିବାରୁ ମୋ ପାଇଁ ଚମତ୍କାର ଅନୁଭବ ବୋଲି କହିଛନ୍ତି ହୁଦା। ପୂର୍ବରୁ ମଧ୍ୟ ମୁଁ ଯେତେବେଳେ ଦଳକୁ ଆସିଲି ବିରାଟ ଭାଇ ସେତେବେଳେ ନଥିଲେ। ହେଲେ ବୟସ ବଢ଼ିବା ପରେ ଦେଖିଲି ବିରାଟ ଭାଇ କିଂବଦନ୍ତି ହୋଇଯାଇଛନ୍ତି। ମାହି (ଧୋନି) ଭାଇ ମଧ୍ୟ ଜଣେ କିଂବଦନ୍ତି ଥିଲେ। ତେଣୁ ଉଭୟଙ୍କ ମଧ୍ୟରୁ କାହାରିଠୁ ବି ଭାରତ ଟୋପି ପାଇବାର ସ୍ବପ୍ନ ପିଲାଦିନର ଥିଲା। ଫଳରେ କୋହଲିଙ୍କଠୁ ଟୋପି ଗ୍ରହଣ କରିବା ସୌଭାଗ୍ୟର କଥା ବୋଲି ବରୋଦା ଖେଳାଳି ହୁଦା କହିଛନ୍ତି।
କୋହଲିଙ୍କଠୁ ଭାରତ ଟୋପି ଗ୍ରହଣ କରିବା ସୌଭାଗ୍ୟ: ହୁଦା
Advertisment
Follow Us