ଭିଆଇପି ଟ୍ରିପ୍‌’ରେ ଓଡ଼ିଶା ସଂସ୍କୃତି ଓ କ୍ରୀଡ଼ାର ଅଭିଜ୍ଞତା ‌ନେଲେ ଲକି ବିଜେତା

Advertisment
ଭିଆଇପି ଟ୍ରିପ୍‌’ରେ ଓଡ଼ିଶା ସଂସ୍କୃତି ଓ କ୍ରୀଡ଼ାର ଅଭିଜ୍ଞତା ‌ନେଲେ ଲକି ବିଜେତା

ଭୁବନେଶ୍ବର : ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ ଉପଲକ୍ଷେ ଏଫ୍‌ଆଇଏଚ୍ ଏବଂ ଏହାର ‌ଗ୍ଲୋବାଲ ପାର୍ଟନର୍ ଓଡ଼ିଶା ପକ୍ଷରୁ କରାଯାଇଥିବା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି। ପୋଲାଣ୍ଡର କ୍ରିଜଟପ୍‌ ଗ୍ଲୋଡୋସ୍କି ଏବଂ ଭାରତର ସୌରଭ ବିନାୟକ ଏହାର ବିଜେତା ହେବା ସହ ଏବେ ଭୁବନେଶ୍ବରରେ ହକି ବିଶ୍ବକପ୍‌ର ମଜା ନେଉଛନ୍ତି। କ୍ରିଜଟଫ୍‌ ତାଙ୍କ ପତ୍ନୀ ଷ୍ଟିଫାନିଆଙ୍କ ସହ ଆସିଥିବା ବେଳେ‌ ସୌରଭ ତାଙ୍କ ମା’ ରାକ୍ଷୀଙ୍କ ସହ ଆସିଛନ୍ତି। ୨୩ ତାରିଖରୁ ଭୁବନେଶ୍ବର ଆସିଥିବା ଏହି ୪ ଜଣ କଳିଙ୍ଗ ଷ୍ଟାଡିୟମ୍‌ର ମ୍ୟାଚ୍‌ ସହିତ ଓଲିସ ଲ୍ୟାଣ୍ଡ୍‌, କ୍ରୀଡ଼ା ଭିତ୍ତିଭୂମି ଦେଖୁଛନ୍ତି।

ରବିବାର ଫାଇନାଲ୍ ମ୍ୟାଚ୍‌ ମଧ୍ୟ ଦେଖିବା ପରେ ଜୀବନବ୍ୟାପୀ ସ୍ମୃତି ସଂଗ୍ରହ କରି ଘରକୁ ଫେରିଯିବେ। ମ୍ୟାଚ୍‌ ନଥିବା ଦିବସରେ ଏହି ୪ ଜଣ ପୁରୀ ବେଳାଭୂମି, ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ। ଭୁବନେଶ୍ବରରେ ଲିଙ୍ଗରାଜ ମନ୍ଦିର, ଏକାମ୍ର ହାଟରେ ମଧ୍ୟ ସମୟ କାଟିବା ସହ ବିଭିନ୍ନ ସମୟରେ ହକି ପ୍ରଶଂସକଙ୍କ ସହ ମିଶିଥିଲେ। ଓଡ଼ିଶାରେ ହକି ବିଶ୍ବକପ୍ ଆୟୋଜନ ସହିତ ଏହାର ଆତିଥେୟତାକୁ ଉଚ୍ଚ ପ୍ରଶଂସା କରିଛନ୍ତି ଏମାନେ। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ସହିତ କ୍ରୀଡ଼ା ମା‌ହୋଲ ଚିର ସ୍ମରଣୀୟ ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe