ମା’ ବନଦୁର୍ଗା ବିର୍ସାମୁଣ୍ଡା ବିଜେତା

Advertisment

ଅନ୍ତଃଜିଲ୍ଲା ଆଦିବାସୀ ଫୁଟ୍‌ବଲ୍‌

ଅନ୍ତଃଜିଲ୍ଲା ଆଦିବାସୀ ଫୁଟ୍‌ବଲ୍‌

ମା’ ବନଦୁର୍ଗା ବିର୍ସାମୁଣ୍ଡା ବିଜେତା

ଖୁଣ୍ଟୁଣୀ (କଟକ): ରାଧାକୃଷ୍ଣପୁର ପଞ୍ଚାୟତ ମୁଷୁଳିଆସ୍ଥିତ ମା’ ବନଦୁର୍ଗା ବିର୍ସାମୁଣ୍ଡା ଯୁବକ ସଂଘ ଆନୁକୂଲ୍ୟରେ ୫ ଦିନ ଧରି ଆୟୋଜିତ ଷଷ୍ଠ ବାର୍ଷିକ ଅନ୍ତଃଜିଲ୍ଲା ଫୁଟ୍‌ବଲ୍‌ ପ୍ରତିଯୋଗିତା ସୋମବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଭୁବନେଶ୍ୱର ଗୋଲ୍‌ଡେନ ବୀର ବାଦ୍‌ଶାହା ଦଳକୁ ୪-୨ ଟାଇବ୍ରେକର୍‌ ଗୋଲ୍‌ରେ ପରାସ୍ତ କରି ମା’ବନଦୁର୍ଗା ବିର୍ସାମୁଣ୍ଡା ବିଜେତା ହୋଇଛି। ନିର୍ଧାରିତ ସମୟ ଗୋଲ୍‌ଶୂନ୍ୟ ରହିଥିଲା। ପ୍ରତିଯୋଗିତାରେ କଟକ, ଖୋର୍ଧା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାମାନଙ୍କରୁ ୮୦ଟି ଆଦିବାସୀ ଫୁଟ୍‌ବଲ୍‌ କ୍ଲବ୍‌ ଅଂଶ ଗ୍ରହଣ କରିଥିଲେ। ବିଜେତା, ଉପବିଜେତା ଏବଂ ତୃତୀୟ ଓ ଚତୁର୍ଥ ଦଳକୁ ଉଦ୍‌ଯାପନୀ ଉତ୍ସବର ଅତିଥି ରୁପନାରାୟଣ ପୂର୍ତ୍ତି, ପୂର୍ଣ୍ଣଚନ୍ଦ୍ର ସିଙ୍କୁ, କୃଷ୍ଣଚନ୍ଦ୍ର ସାଣ୍ଡିଲ୍ୟ, ସଂଜୟ ପୂର୍ତ୍ତି, ସହଦେବ ମୁର୍ମୁ ପୁରସ୍କୃତ କରିଥିଲେ। ଭାସ୍କର ବାରିଜ, ବିଶ୍ୱଜିତ ବାରିଜ, ଲାଇନ୍ସମ୍ୟାନ ଉମେଶ ପୂର୍ତ୍ତି, ପ୍ରସାଦ ଦେଓଗାମ୍‌, ଚୁଙ୍ଗୁରୁ ବାଲମୁଚୁ, ବୁଦ୍ଧିରାମ ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ। ଏଥିସହ ଆଖପାଖ ଆଦିବାସୀ ଗ୍ରାମର ବାଳକ ଓ ବାଳିକାଙ୍କ ପାଇଁ ଦୌଡ଼, ବେଲୁନଫଟା, ହାଣ୍ଡିଫଟା, ଗଣିତ ଖେଳ, ଧୀର ସାଇକଲ ଚାଳନା, ଆଳୁ ଚାମଚ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe