ଭୁବନେଶ୍ବର: ନବଜ୍ୟୋତି କ୍ଲବ୍ ଆନୁକୂଲ୍ୟରେ ମଦନପୁର ଫୁଟ୍ବଲ୍ ଲିଗ୍ ରବିବାର ଉଦ୍ଘାଟିତ ହୋଇଯାଇଛି। ରାଜଧାନୀ ଉପକଣ୍ଠ ମଦନପୁର ଉଚ୍ଚବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏହି ଲିଗ୍ର ପ୍ରଥମ ମ୍ୟାଚ୍ରେ ମହାବୀର କ୍ଲବ୍ ୨-୧ ଗୋଲ୍ରେ ମଣିଂ କ୍ଲବ୍, ଭୁବନେଶ୍ବରକୁ ପରାସ୍ତ କରିଥିଲା। ଦୁଇଟି ଯାକ ଗୋଲ୍ ଦେଇଥିବା ରଂଜନ ପ୍ରଧାନ (୩୦, ୩୫ ମିନିଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ପ୍ରଦୀପ କୁମାର ବଳିଆରସିଂହ, ବ୍ରଜବନ୍ଧୁ ଛୁଆଳସିଂହ, ପୁରୁଷୋତ୍ତମ ବେହେରା ଓ ସୁଧାଂଶୁ ଜେନା ଯୋଗଦେଇଥିଲେ। ସମରେନ୍ଦ୍ର ଚମ୍ପତି, ସୌମ୍ୟରଂଜନ ଜେନା, ମିଲନ ପଟ୍ଟନାୟକ ଓ ସତ୍ୟରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ମଦନପୁର ଓ ଘାଟିକିଆ ଫୁଟ୍ବଲ୍ କ୍ଲବ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ମଦନପୁର ଫୁଟ୍ବଲ୍ ଲିଗ୍ ଉଦ୍ଘାଟିତ
Advertisment
Follow Us