ଭୁବନେଶ୍ବର : ନବଜ୍ୟୋତି କ୍ଲବ୍ ଆନୁକୂଲ୍ୟରେ ମଦନପୁର ହାଇସ୍କୁଲ ପଡ଼ିଆରେ ଚାଲିଥିବା ମଦନପୁର କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ମହିଳା ବର୍ଗରେ କଟକ ଦୌଡ଼କୁଦ ସଂଘ ବିଜେତା ହୋଇଛି। ଶନିବାରର ଫାଇନାଲ୍ରେ ଏହି ଦଳ କିସ୍କୁ ୨-୦ ଗୋଲ୍ରେ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସସ୍ମିତା ବେହେରା (୩୫ ମିନିଟ୍) ଓ ବେବି ସିଂହ (୧୮ ମିନିଟ୍) ଗୋଲ୍ କରିଥିଲେ। ସସ୍ମିତା ମ୍ୟାଚ୍ ଏବଂ ଜୋତ୍ସାରାଣୀ ହେମ୍ବ୍ରମ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବଚିତ ହୋଇଥିଲେ। ଜୟନ୍ତ କୁମାର ଜେନା, ସରୋଜ କୁମାର ନାୟକ ଅତିଥି ଥିଲା ବେଳେ ଅଭିଷେକ ଜେନାମଣୀ ମଞ୍ଚ ପରିଚାଳନା କରିଥିଲେ। ସଭାପତିତ୍ବ କରିଥିଲେ ପ୍ରଦୀପ କୁମାର ବଳିୟାରସିଂହ।
ମଦନପୁର କପ୍ ଫୁଟବଲ୍: କଟକ ମହିଳା ବିଜେତା
Advertisment
Follow Us