ପୁରୁଷଙ୍କ ପାଇଁ ମହିଳା ନେଲେ ପ୍ରତିଶୋଧ, ମନ୍ଧାନା, ହର୍ମନପ୍ରୀତ୍‌, ଦୀପ୍ତି ରଖିଲେ ସମ୍ମାନ

କିୱିଙ୍କ ପର କାଟିବାରେ ଭାରତୀୟ ପୁରୁଷ ସିନା ବିଫଳ ହେଲେ, ମହିଳା କିନ୍ତୁ ପଛରେ ପଡ଼ିଯାଇନାହାନ୍ତି। ରୋହିତ ଶର୍ମାଙ୍କ ଦଳ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ହାରି ଅପ୍ରତ୍ୟାଶିତ ଘରୋଇ ଲଜ୍ଜା ବରଣ କରିଥିଲେ।

fshsffffsfh

Firstpost

ଅହମଦାବାଦ: କିୱିଙ୍କ ପର କାଟିବାରେ ଭାରତୀୟ ପୁରୁଷ ସିନା ବିଫଳ ହେଲେ, ମହିଳା କିନ୍ତୁ ପଛରେ ପଡ଼ିଯାଇନାହାନ୍ତି। ରୋହିତ ଶର୍ମାଙ୍କ ଦଳ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ହାରି ଅପ୍ରତ୍ୟାଶିତ ଘରୋଇ ଲଜ୍ଜା ବରଣ କରିଥିଲେ। ହର୍ମନପ୍ରୀତ୍ କୌରଙ୍କ ଭାରତୀୟ ମହିଳା କ୍ରିକେଟ୍‌ ଦଳ କିନ୍ତୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଦିନିକିଆ ଶୃଙ୍ଖଳା (୨-୧) ଜିତି ଏହାର ମଧୁର ପ୍ରତିଶୋଧ ନେଇଯାଇଛନ୍ତି। ଦୀପ୍ତି ଶର୍ମାଙ୍କ ଚମତ୍କାର ବୋଲିଂ ପରେ ସ୍ମୃତି ମନ୍ଧାନା ଓ ହର୍ମନପ୍ରୀତ୍ କୌରଙ୍କ ଶତକୀୟ ଭାଗୀଦାରି ବଳରେ ଭାରତୀୟ ମହିଳା କ୍ରିକେଟ୍ ଦଳ ମଙ୍ଗଳବାର ତୃତୀୟ ତଥା ଶେଷ ଦିନିକିଆରେ ଅତି ସହଜରେ ୬ ୱିକେଟ୍‌ରେ ବିଜୟୀ ହୋଇଛନ୍ତି। ଦୀପ୍ତିଙ୍କ ୧୦-୨-୩୯-୩ ବୋଲିଂ ଚିତ୍ର ଏବଂ ନବାଗତ ପ୍ରିୟା ମିଶ୍ରଙ୍କ ୧୦-୧-୪୧-୨ ବଳରେ ନ୍ୟୁଜିଲାଣ୍ଡ୍‌ ୨୩୨ ରନ୍ କରିଥିଲା। ଭ୍ରମଣକାରୀ ଦଳ ୮୮ ରନ୍‌ରେ ଅଧା (୫) ‌ଖେଳାଳିଙ୍କୁ ହରାଇଥିଲା। ବ୍ରୁକ୍ ହଲିଡେଙ୍କ ଅର୍ଦ୍ଧଶତକ (୯୬ ବଲ୍‌ରୁ ୮୬ ରନ୍) ବଳରେ ନ୍ୟୁଜିଲାଣ୍ଡ୍ ଲଢ଼ୁଆ ସ୍କୋର୍‌ ଛିଡ଼ା କରିପାରିଥିଲା। ଦୀପ୍ତି ଓ ପ୍ରିୟାଙ୍କୁ ରେଣୁକା ସିଂହ ଓ ସ‌ାଇମା ଠା‌କୁର ଭଲ ସହାୟତା କରି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। 

ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତ ଜିତିଲା ଦିନିକିଆ ଶୃଙ୍ଖଳା
ମନ୍ଧାନା, ହର୍ମନପ୍ରୀତ୍‌, ଦୀପ୍ତି ରଖିଲେ ସମ୍ମାନ

ପଶ୍ଚାତଧାବନ ବେଳେ ଶେଫାଳି ବର୍ମା ସଅଳ ଆଉଟ୍ ହୋଇଯାଇଥିଲେ ମଧ୍ୟ ସ୍ମୃତି ମନ୍ଧାନା (୧୨୨ ବଲ୍‌ରୁ ୧୦୦ ରନ୍, ୧୦ ଚୌକା)ଙ୍କ ଅ‌‌‌‌ଷ୍ଟମ ଦିନିକିଆ ଶତକ ଭାରତର ବିଜୟକୁ ନିଶ୍ଚିତ କରିଥିଲା। ୟ‌ାସ୍ତିକା ଭାଟିଆ (୩୫ ରନ୍)ଙ୍କୁ ସାଥି କରି ୭୬ ରନ୍ ଏବଂ ହର୍ମନପ୍ରୀତ୍‌ କୌର୍ (୬୩ ବଲ୍‌ରୁ ୫୯* ରନ୍)ଙ୍କୁ ନେଇ ୧୧୭ ରନ୍ ଯୋଡ଼ିବା ନିର୍ଣ୍ଣାୟକ ହୋଇଥିଲା। ଜେମିମା ରଡ୍ରିଗ୍ବେଜ୍‌ ୧୮ ବଲ୍‌ରୁ ୨୨ ରନ୍ ସଂଗ୍ରହ କରିଥିଲେ। ଭାରତ ୩୪ ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ୨୩୬ ରନ୍ ସଂଗ୍ରହ କରି ନେଇଥିଲା। ୧୦୦ ରନ୍‌ ସ୍କୋର୍‌ କରିଥିବା ସ୍ମୃତି ମନ୍ଧାନା ଅଗ୍ରଣୀ ଭାରତୀୟ ମହିଳା ଦିନିକିଆ ଶତକ ହାସଲକାରୀ ହୋଇଛନ୍ତି। ସେ ମିତାଲି ରାଜ (୭)ଙ୍କୁ ପଛରେ ପକାଇଦେଇଛନ୍ତି। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ସ୍ମୃତିଙ୍କୁ ମିଳିଛି। ଶୃଙ୍ଖଳାର‌ ଶ୍ରେଷ୍ଠ ଖେଳାଳି ସମ୍ମାନ ହାତେଇଛନ୍ତି ଦୀପ୍ତି ଶର୍ମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe