ମାଦ୍ରିଦ୍‌ ଓପନ୍‌: ଫେଡେରର୍‌ଙ୍କୁ ବିଦା କଲେ ଥିମ୍‌

Advertisment
ମାଦ୍ରିଦ୍‌ ଓପନ୍‌: ଫେଡେରର୍‌ଙ୍କୁ ବିଦା କଲେ ଥିମ୍‌

Bleacher Report

ମାଦ୍ରିଦ: ମାଦ୍ରିଦ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରୁ ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ଙ୍କ ଅଭିଯାନ ଶେଷ ହୋଇଯାଇଛି। ପ୍ରାୟ ୩ ବର୍ଷ ପରେ ପ୍ରଥମ ଥର ପାଇଁ କ୍ଲେ କୋର୍ଟରେ ଖେଳିଥିବା ଫେଡେରର୍‌ଙ୍କୁ ‌ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ୩-୬, ୭-୬ ଓ ୬-୪ ସେଟ୍‌ରେ ପରାସ୍ତ କରି ପଞ୍ଚମ ମାନ୍ୟତା ଅଷ୍ଟ୍ରିଆ ତାରକା ଡୋମିନିକ୍‌ ଥିମ୍‌ ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ଏଥି ସହିତ ଥିମ୍‌ ସେମିଫାଇନାଲ୍‌ରେ ସର୍ବିଆ ତାରକା ‌ନୋଭାକ୍‌ ଜୋକୋଭିକ୍‌ଙ୍କ ସହ ଲଢ଼ିବେ। ବିଶ୍ବ ମାନ୍ୟତାର ଶୀର୍ଷ ଜୋକୋଭିକ୍‌ ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ ମାରିନ୍‌ ସିଲିକ୍‌ଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ସିମୋନା ହାଲେପ୍‌ ଓ କିକି ବର୍ତେନ୍‌ ମହିଳା ଏକକ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ରେ ବିଶ୍ବ ମାନ୍ୟତାର ତୃତୀୟ ରୋମାନିଆ ଲଳନା ହାଲେପ୍‌ ୬-୨, ୬-୭ ଓ ୬-୦ ସେଟ୍‌ରେ ଅଣ ମାନ୍ୟତା ସ୍ବିଜରଲାଣ୍ଡ ଖେଳାଳି ବେଲିଣ୍ଡା ବେନ୍‌ସିକ୍‌ଙ୍କୁ ପରାସ୍ତ କରି ନିଜର ଚତୁର୍ଥ ମାଦ୍ରିଦ୍‌ ଓପନ୍‌ ଫାଇନାଲ୍‌ ପ୍ରବେଶ କରିଥିଲେ। ସେହିପରି ଗତବର୍ଷର ଉପବିଜୟୀନି ବର୍ତେନ୍‌ସ ସିଧାସଳଖ ୬-୨ ଓ ୭-୫ ସେଟ୍‌ରେ ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe