The Telegraph
ପ୍ୟାରିସ: ଚାମ୍ପିଅନ୍ସ ଲିଗ୍ର ଶନିବାର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍ରେ ଲିଭରପୁଲ୍କୁ ୧-୦ ଗୋଲ୍ରେ ପରାସ୍ତ କରି ରିଅଲ ମାଦ୍ରିଦ୍ ଚତୁର୍ଦଶ ଥର ପାଇଁ ୟୁରୋପିଆନ କପ୍ ବିଜେତା ହୋଇଛି। ଷ୍ଟାଡିୟମ୍ରେ ପ୍ରବେଶ ପାଇଁ ପ୍ରବଳ ଜନଗହଳିକୁ ନିୟଂତ୍ରଣ କରିବାରେ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଯାହା ଫଳରେ ଫାଇନାଲ୍ ମ୍ୟାଚ୍ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ବିଜେତା ଦଳ ପକ୍ଷରୁ ଏକମାତ୍ର ଗୋଲ୍ଟି ଭିନିସିଅସ ଜୁନିୟର ସ୍କୋର କରିଥିଲେ। ଅନ୍ୟପକ୍ଷରେ ମାଦ୍ରିଦ୍ ଗୋଲ୍ରକ୍ଷକ ଥିବାଉଟ କୋର୍ଟିସ୍ ଲିଭରପୁଲ୍ର ଏକାଧିକ ପ୍ରୟାସକୁ ନିସ୍ଫଳ କରିଦେଇ ମାଦ୍ରିଦ୍କୁ ବିଜୟ ଭେଟି ଦେଇଥିଲେ। ଲିଭରପୁଲ ଚଳିତ ଋତୁରେ ଦୁଇଟି ଘରୋଇ ଟ୍ରଫି ଜିତିଥିଲେ ମଧ୍ୟ ପ୍ରିମୟର ଲିଗ୍ ଜିତିବାରେ ବିଫଳ ହୋଇଥିଲା। ଅନ୍ୟପକ୍ଷରେ ଏହି ଫାଇନାଲ୍ ଜିତି ଲା ଲିଗା ବିଜେତା ମାଦ୍ରିଦ୍ ମଧ୍ୟ ୭ ବର୍ଷ ମଧ୍ୟରେ ଚତୁର୍ଥ ଏବଂ ମୋଟ ଉପରେ ଅଷ୍ଟମ ଥର ପାଇଁ ଚାମ୍ପିଅନ୍ସ ଲିଗ୍ ଟ୍ରଫି କରାୟତ କରିଥିଲା।
Follow Us