ମେଲ୍ବର୍ନ: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ େଓ୍ଵଲ୍ସ ଦଳର ଆନ୍ନା ହରସେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ୧୧ ବର୍ଷୀୟ ଆନ୍ନାଙ୍କୁ େଓ୍ଵଲ୍ସ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବୁଧବାର ଘୋଷଣା କରିଥିବା ତା’ ଟେବୁଲ ଟେନିସ୍ ଦଳରେ ସାମିଲ କରିଛି। ଗତବର୍ଷ ମାତ୍ର ୧୦ ବର୍ଷ ବୟସରେ ଆନ୍ନା ବରିଷ୍ଠ ସ୍ତରୀୟ ଟେବୁଲ ଟେନିସ୍ ପ୍ରତିଯୋଗିତାରେ େଓ୍ଵଲ୍ସର ପ୍ରତିନିଧିତ୍ୱ କରିଥିଲେ। ଏଭଳି କରିବାରେ ସେ ବିଶ୍ୱର ସର୍ବକନିଷ୍ଠ ଟେବୁଲ ଟେନିସ୍ ଖେଳାଳି ହୋଇଥିଲେ। ୟୁରୋପୀୟ ପ୍ରତିଯୋଗିତାରେ େଓ୍ଵଲ୍ସକୁ କସୋଭୋ ବିପକ୍ଷରେ ବିଜୟୀ କରାଇବାରେ ମଧ୍ୟ ଆନ୍ନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆନ୍ନା ମାତ୍ର ୫ ବର୍ଷ ବୟସରେ ଟେବୁଲ ଟେନିସ୍ ଖେଳିବା ଆରମ୍ଭ କରିଥିଲେ। ବୟସରେ ସାନ ହୋଇଥିଲେ ମଧ୍ୟ ସେ ବହୁ ବୟସ୍କ ଏବଂ ଅଭିଜ୍ଞ ଖେଳାଳିଙ୍କୁ ହରାଇ ବିଶ୍ୱ ଟେବୁଲ ଟେନିସ୍ ଦୁନିଆରେ ଚହଳ ସୃଷ୍ଟି କରିଛନ୍ତି।
ଟେବୁଲ ଟେନିସର ବିସ୍ମୟ ବାଳିକା ଆନ୍ନା
Advertisment
Follow Us