ଦିଲ୍ଲୀର ୧୩ ବର୍ଷୀୟ ମହକ ମାରିଲେ ତ୍ରିଶତକ

Advertisment
ଦିଲ୍ଲୀର ୧୩ ବର୍ଷୀୟ ମହକ ମାରିଲେ ତ୍ରିଶତକ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବାଲ୍‌ ଭବନ କ୍ରିକେଟ୍‌ ଏକାଡେମିର ମହକ କୁମାର ସୋମବାର ଶିକ୍ଷା ଭାରତୀ ପବ୍ଲିକ୍‌ ସ୍କୁଲ୍‌ ଷ୍ଟାଡିୟମରେ ତ୍ରିଶତକ ମାରିଛନ୍ତି। ୧୩ ବର୍ଷରୁ କମ୍‌ ଡ୍ରିମ ଚେଜର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଏହି ୧୩ ବର୍ଷୀୟ ବାଳକ ଏଣ୍ଡୁରାନ୍ସ କ୍ରିକେଟ୍‌ ଏକାଡେମି ବିପକ୍ଷରେ ୧୨୫ ବଲ୍‌ରେ ୩୩୧ ରନ୍‌ ମାରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବାଲ୍‌ ଭବନ କ୍ରିକେଟ୍‌ ଏକାଡେମି ୫ ରନ୍‌ରେ ଦୁଇ ଓପନର୍‌ଙ୍କୁ ହରାଇବା ପରେ ୪ ନମ୍ବରରେ ପଡ଼ିଆକୁ ଆସିଥିଲେ ମହକ। ସେ ୧୩୭ ମିନିଟ୍‌ କ୍ରିଜ୍‌ରେ ରହି ୨୮ ଚୌକା ଓ ୩୦ ଛକା ସହାୟତାରେ ୨୬୪.୮୦ ଷ୍ଟ୍ରାଇକ୍‌ରେଟ୍‌ରେ ତ୍ରିଶତକ ହାସଲ କରିଥିଲେ।

ତାଙ୍କ ଛଡ଼ା ଶିବମ ମଲିକ (୬୭) ଓ ଆର୍ଯ୍ୟନ ଭରଦ୍ବାଜ (୪୦)ଙ୍କ ଉପଯୋଗୀ ପାଳି ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪୦ ଓଭରରେ ୫୭୬/୭ କରିଥିଲା। ଜବାବରେ ଏଣ୍ଡୁରାନ୍ସ କ୍ରିକେଟ୍‌ ଏକାଡେମିର ମେଦହା୍ସ ୫୩ ବଲ୍‌ରେ ୧୨୬ ରନ୍‌ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟର୍‌ଙ୍କ ସହଯୋଗ ନମିଳିବାରୁ ଦଳ ୧୭.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସର ୱାମାନ (୫/୨୯) ଓ ୟତିନ ସୋଲାଙ୍କି (୪/୪୫) ବୋଲିଂ ସଫଳତା ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe