ବିଜୟ ହଜାରେ ଟ୍ରଫି ଫାଇନାଲ୍‌ରେ ମହାରାଷ୍ଟ୍ର-ସୌରାଷ୍ଟ୍ର: ସେମିଫାଇନାଲ୍‌‌ରେ ବି ଶତକ ମାରିଲେ ଋତୁରାଜ

Advertisment
ବିଜୟ ହଜାରେ ଟ୍ରଫି ଫାଇନାଲ୍‌ରେ ମହାରାଷ୍ଟ୍ର-ସୌରାଷ୍ଟ୍ର: ସେମିଫାଇନାଲ୍‌‌ରେ ବି ଶତକ ମାରିଲେ ଋତୁରାଜ

Dailyindia.net

ଅହମ୍ମଦାବାଦ: ମହାରାଷ୍ଟ୍ର ଏବଂ ସୌରାଷ୍ଟ୍ର ଚଳିତ ଋତୁର ବିଜୟ ହଜାରେ ଟ୍ରଫି ଦିନିକିଆ ପ୍ରତିଯୋଗିତାର ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ମହାରାଷ୍ଟ୍ର ୧୨ ରନ୍‌ରେ ଆସାମକୁ ଏବଂ ସୌରାଷ୍ଟ୍ର ୫ ୱିକେଟ୍‌ରେ କର୍ଣାଟକକୁ ପରାସ୍ତ କରିଛି। ଫାଇନାଲ୍‌ ମ୍ୟାଚ୍‌ ଆସନ୍ତା ଡିସେମ୍ବର ୨ ତାରିଖରେ ଖେଳାଯିବ।

ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌-ବି ପଡ଼ିଆରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ମହାରାଷ୍ଟ୍ର ନିର୍ଦ୍ଧାରିତ ୫୦ ଓଭରରେ ୩୫୦/୭ କରିଥିଲା। କ୍ବାର୍ଟର ଫାଇନାଲ୍‌ ଭଳି ସେମିଫାଇନାଲ୍‌ରେ ମଧ୍ୟ ମହାରାଷ୍ଟ୍ର ଅଧିନାୟକ ଋତୁରାଜ ଗାଏକ୍ବାଡ ଶତକ ଜମାଇଥିଲେ। ତାଙ୍କ ୧୬୮ (୧୨୬ ବଲ୍‌, ୧୮ ଚୌକା, ୬ ଛକା) ରନ୍‌ ସାଙ୍ଗକୁ ଅଙ୍କିତ ବାଉନେ (୧୧୦ ରନ୍‌, ୮୯ ବଲ୍‌, ୧୦ ଚୌକା, ୨ ଛକା)ଙ୍କ ଶତକ ସହାୟତାରେ ମହାରାଷ୍ଟ ବଡ଼ ସ୍କୋର୍‌ କରିପାରିଥିଲା। ମୁକ୍ତାର ହୋସେନ (୩/୪୨) ଆସାମର ସଫଳ ବୋଲର ରହିଥିଲେ। ଜବାବରେ ସ୍ବରୂପମ୍‌ ପୁରକାୟସ୍ଥ (୯୫), ଶିବଶଙ୍କର ରାୟ (୭୮) ଏବଂ ଋଷଭ ଦାସ (୫୩)ଙ୍କ ଅର୍ଦ୍ଧଶତକ ବଳରେ ଆସାମ ଖୁବ୍‌ ଲଢ଼ିଥିଲା। ହେଲେ ବିଜୟଠୁ ୧୩ ରନ୍‌ ପଛରେ ଅଟକି ଯାଇଥିଲା। ରାଜ୍‌ବର୍ଦ୍ଧନ ହଙ୍ଗାରେକର (୪/୬୫), ମନୋଜ ଇଙ୍ଗାଲେ (୨/୬୬)ଙ୍କ ଚମତ୍କାର ବୋଲିଂ ଯୋଗୁଁ ଆସାମ ପାଳି ୩୩୮/୮ରେ ସୀମିତ ରହିଯାଇଥିଲା। ଋତୁରାଜ ଗାଏକ୍ବାଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌-ଏ ପଡ଼ିଆରେ ଟସ୍‌ ଜିତି ବୋଲିଂ ନେଇଥିବା ସୌରାଷ୍ଟ୍ର ବୋଲରମାନେ କର୍ଣ୍ଣାଟକ ପାଳିକୁ ୧୭୧ ରନ୍‌ରେ ସଫା କରିଦେଇଥିଲେ। ଅଧିନାୟକ ଜୟଦେବ ଉନାଦ୍‌କଟ୍‌ (୪/୨୬) ଓ ପ୍ରେରକ ମଙ୍କଡ଼ (୨/୩୪)ଙ୍କ ଦମ୍‌ଦାର ବୋଲିଂ ଯୋଗୁଁ କର୍ଣ୍ଣାଟକ ୪୯.୧ ଓଭରରେ ହିଁ ସମସ୍ତ ୱିକେଟ୍‌ ହରାଇଥିଲା। କେବଳ ଓପ୍‌ନର ସମର୍ଥ ଆର୍‌ (୮୮) ଅର୍ଦ୍ଧଶତକ ପୂରଣ କରିଥିଲେ। ଜବାବରେ ଜୟ ଗୋହଲି (୬୧)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ପ୍ରେରକ ମଙ୍କଡ଼ଙ୍କ ୩୫, ସମର୍ଥ ବ୍ୟାସଙ୍କ ୩୩ ଓ ଅର୍ପିତ ଭାସବଡ଼ାଙ୍କ ୨୫* ବଳରେ ସୌରାଷ୍ଟ୍ର ୩୬.୨ ଓଭରରେ ୫ ୱିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ୧୭୨ ରନ୍‌ରେ ପହଞ୍ଚି ଯାଇଥିଲା। ଉନାଦ୍‌କଟ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe